ରାଜ୍ୟରେ ଆଉ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୬ ହଜାର ଟପିଲା ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 25, 2020

ରାଜ୍ୟରେ ଆଉ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୬ ହଜାର ଟପିଲା ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୪୨୯୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୮୬୫ ଜଣ ଚିକିତ୍ସାଧୀନ ଅଛନ୍ତି।


ଏହି ୨୧୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୦ଟି ଲୋକାଲ୍ କେସ୍‌। ସେହିପରି ଏହି ୨୧୮ ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୪୯ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୧୭, ନବରଙ୍ଗପୁରରୁ ୧, ଅନୁଗୋଳରୁ , କଟକରୁ ୫, ଜଗତସିଂହପୁରରୁ ୨୯, ଭଦ୍ରକରୁ ୨୫, କନ୍ଧମାଳରୁ ୧, ନୂଆପଡ଼ାରୁ ୨, ଝାରସୁଗୁଡ଼ାରୁ ୪, କେନ୍ଦୁଝରରୁ ୨, ଯାଜପୁରରୁ ୧, ପୁରୀରୁ ୧୦, ଗଜପତିରୁ ୨୭, ବୌଦ୍ଧରୁ ୧, ସୁନ୍ଦରଗଡ଼ରୁ ୧୧, କେନ୍ଦ୍ରାପଡ଼ାରୁ ୬, ସମ୍ବଲପୁରରୁ ୨, ମୟୂରଭଞ୍ଜରୁ ୯, କୋରାପୁଟରୁ ୧ ଓ ବାଲେଶ୍ୱରରୁ ୭ ଜଣ ଅଛନ୍ତି। ସେହିପରି ପଶ୍ଚିମବଙ୍ଗରୁ ଅମ୍ଫାନ ଡ୍ୟୁଟି ସାରି ଫେରିଥିବା ଏନ୍‌ଡିଆର୍‌ଏଫ୍‌ର ଆଉ ୭ କର୍ମଚାରୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି।

The post ରାଜ୍ୟରେ ଆଉ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୬ ହଜାର ଟପିଲା ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/2BI4yaI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages