ପାକିସ୍ତାନ ସୀମାରେ ନିଆଁ ଲାଗିବା ପଛର କାରଣ କ’ଣ ହୋଇପାରେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 21, 2020

ପାକିସ୍ତାନ ସୀମାରେ ନିଆଁ ଲାଗିବା ପଛର କାରଣ କ’ଣ ହୋଇପାରେ?

ରାଜୋରୀ, କଶ୍ମୀର: ଜମ୍ମୁ କଶ୍ମୀରରେ ୬ ମାସ ମଧ୍ୟରେ ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହେବା ପରେ ନିଦ ହଜିଛି ପାକିସ୍ତାନର। କାରଣ କଶ୍ମୀରରେ ଶାନ୍ତି ଭଙ୍ଗ କରିବାକୁ ପ୍ରସ୍ତୁତ କରୁଥିବା ଯୋଜନାକୁ ପଣ୍ଡ କରୁଛନ୍ତି ଯବାନ। ଏବେ ବହୁ ପରିମାଣରେ ଆତଙ୍କବାଦୀ ଅନୁପ୍ରବେଶ କରିବା ପାଇଁ ଚିନ୍ତା କରିଛି ପାକିସ୍ତାନ। ଏଥିପାଇଁ ପାକିସ୍ତାନ ନିୟନ୍ତ୍ରଣରେ ଥିବା ସୀମାରେ ନିଆଁ ଲଗାଇ ଦିଆଯାଇଥିବା ସୂଚନା ରହିଛି। ସେନାର ଧ୍ୟାନ ଆକର୍ଷଣ କରି ଗଳାବାଟରେ ଆତଙ୍କବାଦୀ ଅନୁପ୍ରବେଶ କରାଇବାକୁ ପାକିସ୍ତାନ ଷଡ଼ଯନ୍ତ୍ର କରିଥିବା ସୂଚନା ରହିଛି।

ପାକିସ୍ତାନ ସୀମାରେ ଥିବା ଜଙ୍ଗଲରେ ନିଆଁ ଲଗାଇ ଭାରତରେ ଅନୁପ୍ରବେଶ କରିବାକୁ ପାକିସ୍ତାନ ଷଡ଼ଯନ୍ତ୍ର କରୁଥିବା କୁହାଯାଉଛି। କାରଣ ଜଙ୍ଗଲରେ ଦୁଇ କିଲୋମିଟର ଭିତରେ ଥିବା ଗଛ, ଲତା ଆଦି ଜଳିଗଲେ ନୂଆ ରାସ୍ତା କିମ୍ୱା ଷୁଢ଼ଙ୍ଗ ମିଳିବ ବୋଲି ପାକିସ୍ତାନ ଆଶା କରିଛି। ଯେହେତୁ ଏହା ପାକିସ୍ତାନ ସୀମାରେ ରହିଛି ତେଣୁ ଆବଶ୍ୟକ ପଡ଼ିଲେ ଷୁଢ଼ଙ୍ଗ ଖୋଳିବା ପାଇଁ କୌଣସି ସମସ୍ୟା ରହିବ ନାହିଁ ବୋଲି ଚର୍ଚ୍ଚା ହେଉଛି।

କଶ୍ମୀରର ପୁଞ୍ଚ ଜିଲ୍ଲାର ସାମ୍ନାରେ ଥିବା ମନକୋଟ ସେକ୍ଟରରେ ବିଗତ ଚାରି ଦିନ ହେବ ନିଆଁ ଲାଗିଥିବା ସୂଚନା ରହିଛି। ନିଆଁର ଶିକାର ହେବା ପରେ ଅନେକ ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନର ସେନା ଅଧିକାରୀ ଓ ଦମକଳ ବାହିନୀ ନିୟୋଜିତ ରହିଛନ୍ତି। ଏହା ପୂର୍ବରୁ ସୀମାର ଆର ପାର୍ଶ୍ୱରେ ଅଗ୍ନିକାଣ୍ଡ ଘଟିବାରୁ ଭାରତ ସୀମାରେ ଥିବା ରାଜାରେୀ ଝଙ୍ଗଡ, ଲାମ, କାଲାଲ, ମଞ୍ଜାକୋଟ ଏବଂ କୃଷ୍ଣା ଘାଟିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।

ଅନ୍ୟପଟେ କଶ୍ମୀରରେ ସେନା ପକ୍ଷରୁ ଆତଙ୍କବାଦୀ ଦମନ ଚାଲିଛି। ଚଳିତବର୍ଷ ଏଯାବତ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ଦେଶର ଯବାନ ନିପାତ କରିଥିବା ସୂଚନା ରହିଛି।



from Odisha Reporter https://ift.tt/2NmkFNG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages