ନୂଆଦିଲ୍ଲୀ: ଦେଶରେ ତୈଳଦର କମିବାର ନାଁ ଧରୁନି। ଆଜି କ୍ରମାଗତ ୧୨ତମ ଦିନରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ପେଟ୍ରୋଲର ଲିଟର ପିଛା ୫୩ ପଇବା ବଢ଼ିଥିବା ବେଳେ ଡିଜେଲ ଲିଟର ପିଛା ୬୪ ପଇସା ମହଙ୍ଗା ହୋଇଛି। ଏହି ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ରେଟ ୭୭.୮୧ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୭୬.୪୩ ଟଙ୍କାକୁ ବୃଦ୍ଧି ପାଇଛି। ଗତ ୧୨ ଦିନ ମଧ୍ୟରେ ପେଟ୍ରୋଲ ୬.୫୫ ଟଙ୍କା ଓ ଡିଜେଲ ୭.୦୪ ଟଙ୍କା ମହଙ୍ଗା ହେଲାଣି।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିଲେ ହେଁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବା ଜନଅସନ୍ତୋଷକୁ ତୀବ୍ର କରିଛି। କେନ୍ଦ୍ରର ମୋଦି ସରକାରଙ୍କୁ ବର୍ଦ୍ଧିତ ଦର ପାଇଁ ଦାୟୀ କରି ବିଭିନ୍ନ ରାଜନୀତିକ ଦଳ ପକ୍ଷରୁ ବିକ୍ଷୋଭ ମଧ୍ୟ କରାଯାଉଛି।
ସୂଚନାଯୋଗ୍ୟ, ଦୀର୍ଘ ୮୨ ଦିନର ବ୍ୟବଧାନ ପରେ ଜୁନ୍ ୭ରୁ ଦେଶରେ କ୍ରମାଗତ ଭାବେ ତୈଳଦର ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ପେଟ୍ରୋଲ ୫୫ ପଇସା ଓ ଡିଜେଲ ୬୮ ପଇସା ମହଙ୍ଗା ହୋଇଥିଲା।
from Odisha Reporter https://ift.tt/2CdgOQN
No comments:
Post a Comment