ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସୂର୍ଯ୍ୟପରାଗ। ଏଥର ବଳୟ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ। ଦେଶର ରାଜସ୍ଥାନ ଓ ହରିୟାଣାରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ତେବେ ଓଡ଼ିଶାରେ ଏହା ଆଶିଂକ ଭାବେ ଦେଖାଦେବ।
ଓଡ଼ିଶାରେ ବଳୟ ସୂର୍ଯ୍ୟପରାଗ ସକାଳ ୧୦ଟା ୧୫ରୁ ଆରମ୍ଭ ହୋଇ ଅପରାହ୍ଣ ୨ଟା ୨୦ରେ ଶେଷ ହେବ। ସୁନ୍ଦରଗଡ଼ରେ ୭୨ ପ୍ରତିଶତ ପରାଗ ଦେଖାଯିବାକୁ ଥିବା ବେଳେ ମାଲକାନଗିରିରେ ଏହା ୬୦ ପ୍ରତିଶତ ଦୃଶ୍ୟମାନ ହେବ। ରାଜଧାନୀ ଭୁବନେଶ୍ୱରରେ ଏହା ୬୫ ପ୍ରତିଶତ ଦୃଶ୍ୟମାନ ହେବ। ପରାଗ ସମମୟରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିବାକୁ ବାରଣ କରାଯାଇଛି।
ଅନ୍ୟପକ୍ଷରେ ଆଜି ଦିନ ୧୦ଟା ୩୮ରୁ ପରାଗ ଆରମ୍ଭ ହେଉଥିବାରୁ ଏହାର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ ଗତକାଲି ରାତି ୧୦ଟା ୩୮ରୁ ପାକ ଛାଡ଼ କରାଯାଇଛି। ପରାଗ ସମୟରେ ଦେବନୀତି, ପାକ ନିଷେଧ ଥିଲେ ବି ଶିଶୁ, ବୃଦ୍ଧ ଓ ରୋଗୀଙ୍କ ପାଇଁ ପାଳନୀୟ ନୁହେଁ ବୋଲି ଜ୍ୟୋତିର୍ବିଦମାନେ କହିଛନ୍ତି।
from Odisha Reporter https://ift.tt/2zOFRZI
No comments:
Post a Comment