ଖୋର୍ଦ୍ଧା(ବଳରାମ ଲେଙ୍କା): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩ ଛୁଇଁଥିବା ବେଳେ ଏହି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଖୋର୍ଦ୍ଧା ଜିଲ୍ଲାରେ କେବଳ ଆକ୍ରାନ୍ତଙ୍କ ସଂଖ୍ୟା ୩୬୯ରେ ପହଞ୍ଚିଥିବା ବେଳେ ଏହା ଉପରେ ଅଙ୍କୁଶ ଲଗାଇବାକୁ ନୂଆ କଟକଣା ଲାଗୁ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ତେବେ ଏହି କଟକଣା କେବଳ ଖୋର୍ଦ୍ଧା ସବ୍ଡିଭିଜନ୍ରେ ଲାଗୁ ହେବ। ଭୁବନେଶ୍ୱର ମହାନଗର ନିଗମ ଏଥିରୁ ବାଦ ପଡ଼ିଛି।
ନୂଆ କଟକଣା ଅନୁଯାୟୀ, ଖୋର୍ଦ୍ଧା ସବ୍ଡିଭିଜନ୍ରେ ସକାଳ ୭ଟାରୁ ୨ଟା ଦୋକାନ ଖୋଲିବ। ଅପରାହ୍ନ ୨ଟାରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ ରହିବ। କେବଳ ଔଷଧ ଓ ପେଟ୍ରୋଲ ପମ୍ପ ବ୍ୟତୀତ ସବୁ ଦୋକାନ, ବଜାର ବନ୍ଦ ରହିବ । ଜୁନ୍ ୩୦ ଯାଏଁ ଏହି କଟକଣା ବଳବତ୍ତର ରହିବ କହିଲେ ଜିଲ୍ଲାପାଳ।
from Odisha Reporter https://ift.tt/3e66sjV
No comments:
Post a Comment