ଦୁଇ ଦିନିଆ ଶଟ୍‌ଡାଉନ୍‌ର ଆଜି ଦ୍ୱିତୀୟ ଦିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 6, 2020

ଦୁଇ ଦିନିଆ ଶଟ୍‌ଡାଉନ୍‌ର ଆଜି ଦ୍ୱିତୀୟ ଦିନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୧ଟି ଜିଲ୍ଲାରେ ଜୁନ୍‌ ମାସରେ ପ୍ରତି ସପ୍ତାହର ଶନି ଓ ରବିବାର ଦିନ ଶଟ୍‌ଡାଉନ୍ କରାଯିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଗତକାଲି ଠାରୁ ଏହା ଆରମ୍ଭ ହୋଇଛି। ଆଉ ଆଜି ହେଉଛି ଏହି ସପ୍ତାହର ଦ୍ୱିତୀୟ ଶଟ୍‌ଡାଉନ୍‌।

ଗତକାଲି ପ୍ରଥମ ଦିନରେ ପୁରୀକୁ କଟକଣା ମୁକ୍ତ କରାଯାଇଥିଲା ବେଳେ ଅନ୍ୟ ସବୁ ଜିଲ୍ଲାରେ ଶଟ୍‌ଡାଉନ୍‌ର ପ୍ରଭାବ ଦେଖିବାକୁ ମିଳିଥିଲା। ଲୋକେ ସ୍ୱତଃପ୍ରବୃତ୍ତ ଭାବେ ଶଟ୍‌ଡାଉନ୍‌କୁ ମାନି ଘରେ ରହିଥିଲେ।

ସବୁଠୁ ଅଧିକ କରୋନା ପ୍ରଭାବିତ ଜିଲ୍ଲା ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗିରରେ ଶନିବାର ଓ ରବିବାର ଦୁଇ ଦିନିଆ ଶଟ୍‌ଡାଉନ୍ ଘୋଷଣା ହୋଇଛି।

ଶଟ୍‌ଡାଉନ୍ ସମୟରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବାର ନିୟମ ରହିଛି।  ସ୍ୱାସ୍ଥ୍ୟ ସେବା, ଜଳ ଓ ବିଦ୍ୟୁତ୍ ଯୋଗାଣ, ଆରବିଆଇ ଭଳି ଆର୍ଥିକ ସଂସ୍ଥା, କ୍ଲିୟରିଂ ହାଉସ ଓ ଏଟିଏମ୍ ଖୋଲା ରହିବ। ଏୟାରପୋର୍ଟ, ଷ୍ଟେସନ୍, ବସ୍‌ ଟର୍ମିନାଲ ସ୍ୱାଭାବିକ ଭାବେ କାମ କରିବ। ତେଣୁ ଏସବୁ ସଂସ୍ଥାରେ ନିୟୋଜିତ ଲୋକଙ୍କ ଉପରେ କୌଣସି ଯା’ଆସ କଟକଣା ନାହିଁ।

ଅନ୍‌ଲାଇନ୍ ଫୁଡ୍ ଡେଲିଭରି ସଂସ୍ଥା ସ୍ୱିଗି ଓ ଜୋମାଟୋର ଡେଲିଭରି ବୟ ମଧ୍ୟ ବିନା ବାଧାରେ ଯାତାୟତ  କରିପାରିବେ। ଖବରକାଗଜ ହକରଙ୍କୁ ସକାଳ ୫ଟାରୁ ୮ଟା ଯାଏ ବିକ୍ରି ଅନୁମତି ମିଳିଛି। ଏଲ୍‌ପିଜି ହୋମ୍ ଡେଲିଭରି କରୁଥିବା କର୍ମଚାରୀ ମଧ୍ୟ ବିନା ବାଧାରେ ନିଜ କାମ କରିପାରିବେ। ହେଲେ ଏମାନଙ୍କୁ ପରିଚୟପତ୍ର ଓ ଭେଇକିଲ ପାସ୍ ଦେଖାଇବାକୁ ପଡ଼ିବ।  ଟ୍ୟାକ୍ସି, ଅଟୋ ଓ ଅନ୍ୟ ଜରୁରୀ ସେବାରେ କାର୍ଯ୍ୟରତ ଲୋକେ ପୁଲିସ୍ ଦେଇଥିବା ପାସ୍ ବ୍ୟବହାର କରିପାରିବେ।  ବାହାଘର ଓ ଶେଷକୃତ୍ୟ ପାଇଁ ପୁଲିସ୍ ପାସ୍ ଦେବ। ଏଥିସହ ଜରୁରୀକାଳୀନ ସ୍ଥିତିରେ ୧୦୦କୁ ଡାଏଲ୍ କରି ପାସ୍ ମିଳିପାରିବ।



from Odisha Reporter https://ift.tt/3eVOIaY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages