‘ରିପୋର୍ଟ ନେଗେଟିଭ ଆସିଲେ ହିଁ ବାହୁଡ଼ା ଯାତ୍ରାରେ ସାମିଲ ହେବେ ସେବାୟତ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 25, 2020

‘ରିପୋର୍ଟ ନେଗେଟିଭ ଆସିଲେ ହିଁ ବାହୁଡ଼ା ଯାତ୍ରାରେ ସାମିଲ ହେବେ ସେବାୟତ’

ପୁରୀ(ଓଡ଼ିଶା ରିପୋର୍ଟର): ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କରୋନାମୁକ୍ତ ରଥଯାତ୍ରା ଆୟୋଜନ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ରଥଯାତ୍ରାରେ ସାମିଲ ୫ ଲୋକଙ୍କ କୋଭିଡ ଟେଷ୍ଟ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ସମସ୍ତ ସେବାୟତ, ପୁଲିସ୍‌ କର୍ମଚାରୀ ଓ ସଫେଇ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି।

ପୁଲିସ୍‌ କର୍ମଚାରୀଙ୍କ କୋଭିଡ ଟେଷ୍ଟ ସରିଥିବା ବେଳେ ସେବାୟତଙ୍କର ୨ ରାଉଣ୍ଡ ଟେଷ୍ଟ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଦୁଇ ଥର କୋଭିଡ୍ ଟେଷ୍ଟ ପରେ ଯେଉଁ ସେବାୟତଙ୍କ ନମୁନା ନେଗେଟିଭ୍ ଆସିବ କେବଳ ସେହିମାନେ ହିଁ ଆଗାମୀ ବାହୁଡ଼ା ଯାତ୍ରାରେ ଭାଗ ନେଇ ପାରିବେ । ତାସହ ସେବାୟତଙ୍କ  ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟାର ସମାଧାନ ଲାଗି ଦୁଇଟି ମେଡିକାଲ କ୍ୟାମ୍ପ କରାଯିବ, ଯେଉଁଥିରେ ସବୁ ବିଭାଗର ଡାକ୍ତର ରହିବେ ।

ସହରରେ ଡୋର ଟୁ ଡୋର ବୁଲି ସ୍ୱାସ୍ଥ୍ୟ ସୂଚନା ଗ୍ରହଣ କରାଯିବା ସହ ଶ୍ରୀମନ୍ଦିର କର୍ମଚାରୀ, ପୋଲିସ, ମ୍ୟୁନିସିପାଲଟି କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ। ନିଳାଦ୍ରୀ ବିଜେ ସରିବା ପରେ ଆହୁରି ୧୦ଦିନ ପର୍ଯ୍ୟନ୍ତ ଏହି ସୁବିଧା ଜାରି ରହିବ । ବଡ଼ଦାଣ୍ଡ ସହ ଆଖପାଖ ଗଳି ବି ସାନିଟାଇଜ୍ କରାଯିବ ।

ଛତିଶା ନିଯୋଗ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କୋଭିଡମୁକ୍ତ ରଥଯାତ୍ରା ଆୟୋଜନ ଲାଗି ସବୁ ପ୍ରକାର ଚେଷ୍ଟା କରାଯାଉଥିବା ସେ କହିଛନ୍ତି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଛତିଶା ନିଯୋଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

The post ‘ରିପୋର୍ଟ ନେଗେଟିଭ ଆସିଲେ ହିଁ ବାହୁଡ଼ା ଯାତ୍ରାରେ ସାମିଲ ହେବେ ସେବାୟତ’ appeared first on Odisha Reporter.



from Odisha Reporter https://ift.tt/2Vg0UMg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages