ପେଟ ଓ ତ୍ୱଚା ପାଇଁ ଭଲ ନିମ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 11, 2020

ପେଟ ଓ ତ୍ୱଚା ପାଇଁ ଭଲ ନିମ୍ୱ

ଭୁବନେଶ୍ୱର : ପେଟ ହେଉ କିମ୍ୱା ତ୍ୱଚା ସମସ୍ୟା ସବୁ ରୋଗ ପାଇଁ ନିମ୍ୱର ବ୍ୟବହାରକୁ ମହୌଷଧି ବୋଲି କୁହାଯାଇଥାଏ। ପାଟିକୁ ପିତା ହୋଇଥିଲେ ମଧ୍ୟ ନିମ୍ୱ ଶରୀରକୁ ଥଣ୍ଡା କରିବା ସହିତ କଫ ଭଲ କରିଥାଏ। ଏହା ବ୍ୟତୀତ ନିମ୍ୱ କିଡ୍‌ନୀକୁ ସୁସ୍ଥ ରଖିଥାଏ। ତେବେ ଆସନ୍ତୁ ନିମ୍ୱ ଖାଇଲେ ଅନ୍ୟ କେଉଁସବୁ ସ୍ୱାସ୍ଥ୍ୟ ଲାଭ ମିଳିଥାଏ।

୧. ଯଦି ଆପଣଙ୍କର ମୁହଁରେ ବ୍ରଣ ସମସ୍ୟା ରହିଛି, ତେବେ ନିମ୍ୱ ପତ୍ର ବାଟି ଲଗାନ୍ତୁ। ଏଥିରେ ଥିବା ଜୀବାଣୁରୋଧି ଗୁଣ ବ୍ରଣ ଭଲ କରିଥାଏ। ସେତିକି ନୁହେଁ, ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମୁହଁର କଳା ଦାଗକୁ ଭଲ କରିଥାଏ।

୨. ଅଳ୍ପ ନିମ୍ୱ ପତ୍ର ଆଣି ପାଣିରେ ଫୁଟାନ୍ତୁ। ଏହି ପାଣି ଥଣ୍ଡା ହୋଇଯିବା ପରେ ଏଥିରେ ମୁହଁ ଧୁଅନ୍ତୁ।

୩. ନିମ୍ୱ ପତ୍ର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ। ତେଣୁ କ୍ୟାନସର ରୋଗୀଙ୍କ ପାଇଁ ଏହା ଖୁବ୍‌ ଉପକାରୀ। ନିମ୍ୱ ଖାଇଲେ କ୍ୟାନସର ରୋଗୀଙ୍କ ଶରୀରରେ କୋଷ ବିଭାଜନ କମ୍‌ ହୋଇଥାଏ। ଯାହା କେମୋଥେରାପିରେ ସାହାଯ୍ୟ କରିଥାଏ।

୪. ୪ରୁ ୫ଟି ଲିମ୍ୱ ପତ୍ରକୁ ଭଲ ଭାବରେ ଧୋଇ ସକାଳେ ଖାଲି ପେଟରେ ଖାଆନ୍ତୁ। ଏହାଦ୍ୱାରା ପେଟର ଅନ୍ୟ ରୋଗ ନିୟନ୍ତ୍ରଣ ହୋଇଥାଏ।

୫. ନିମ୍ୱ କାଠିରେ ଦାନ୍ତ ଘଷିଲେ ଦାନ୍ତ ମୂଳ ମଜବୁତ୍‌ ହୋଇଥାଏ। ଏଥିରେ ଥିବା ଆଣ୍ଟିମାଇକ୍ରୋବିୟାଲ୍‌ ଗୁଣ ଦାନ୍ତ ସଫା କରିବା ସହିତ ପାଇରିଆକୁ ଭଲ କରିଥାଏ। ଆପଣ ଚାହିଁଲେ ନିମ୍ୱ କାଠିରେ ଟୁଥ୍‌ପେଣ୍ଟ ଲଗାଇ ମଧ୍ୟ ଘଷି ପାରିବେ।



from Odisha Reporter https://ift.tt/30wwSao

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages