ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ): ଖୋର୍ଦ୍ଧା ବନଖଣ୍ଡ ଓ ଦଶପଲ୍ଲା ରେଞ୍ଜ ଅଞ୍ଚଳରୁ ମାତ୍ର ସପ୍ତାହକ ମଧ୍ୟରେ ଚାରି ଚାରିଟି କଲରା ପତରିଆ ବାଘ ସହ ଦୁଇଟି ହରିଣ ଛାଲ ଜବତ ହେଲାଣି। ଏହାକୁ ନେଇ ବନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନ ଉଠୁଥିବା ବେଳେ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଉଠାଇ ନେଇଛି ବନ ବିଭାଗ । ବାଘଛାଲ ଚାଲାଣ ମାମଲାରେ ଭାସ୍କର ନାୟକ ନାମକ ବ୍ୟକ୍ତିଙ୍କୁ ଉଠାଇ ନେଇଛି ବନବିଭାଗ ।
ରଣପୁର ଡେପୁଟି ରେଞ୍ଜର ଶରତ ଚନ୍ଦ୍ର ଶତପଥୀଙ୍କ ନେତୃତ୍ୱରେ ବନବିଭାଗ ଟିମ୍ ଆଜି ସକାଳେ ରଣପୁର ବ୍ଲକ ବାଉଁଶଗଡ଼ ପଞ୍ଚାୟତ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ପହଞ୍ଚି ଭାସ୍କରଙ୍କୁ ଉଠାଇ ନେଇଥିବା ଜଣାଯାଇଛି । ଗତ ୬ତାରିଖରେ କେରଳରୁ ଆସି ଏହି କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିଲେ ଭାସ୍କର । ତାଙ୍କ ଘର ବନ୍ଧମୁଣ୍ଡା ପଞ୍ଚାୟତ ଜାମୁଗଣ୍ଡ ଗାଁରେ ବୋଲି ସୂଚନା ମିଳିଛି। ଏହି ଅଭିଯୋଗରେ ବନ୍ଧମୁଣ୍ଡା ପଞ୍ଚାୟତ ସମିତି ସଭ୍ୟ ଲକ୍ଷ୍ମୀଧର ନାୟକଙ୍କୁ ଗତ ୧୪ ତାରିଖରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ ।
କରୋନା ମହାମାରୀ ସମୟରେ କ୍ୱାରେଣ୍ଟାଇନ୍ରେ ଥିବା ଭାସ୍କରଙ୍କୁ ବନ ବିଭାଗ ଉଠାଇ ନେବା ପରେ ଏବେ ବିଭିନ୍ନ ପ୍ରଶ୍ନ ଉଠିଛି ।କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଜଣେ ପ୍ରବାସୀଙ୍କୁ ନେବାକୁ ବନ ବିଭାଗକୁ କିଏ ଅନୁମତି ଦେଲା ଓ ଏହାଦ୍ୱାରା କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ଅଧିକା ରହିଥିବା ଆଲୋଚନା ହେଉଛି। ନିଜ ଉପରୁ ଦୋଷ ଛଡ଼ାଇବାକୁ ବନ ବିଭାଗ ତରବରିଆ ଭାବେ ଏପରି ପଦକ୍ଷେପ ନେଇଥିବା ଆଲୋଚନା ହେଉଛି।
from Odisha Reporter https://ift.tt/30KLB1D
No comments:
Post a Comment