ଲକ୍‌ଡାଉନ୍‌କୁ ନେଇ ନିର୍ମାଣ ହେଉଛି ଫିଲ୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 25, 2020

ଲକ୍‌ଡାଉନ୍‌କୁ ନେଇ ନିର୍ମାଣ ହେଉଛି ଫିଲ୍ମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌କୁ ନେଇ ତରଙ୍ଗ ସିନେପ୍ରଡକ୍ସନ୍ସ ନିର୍ମାଣ କରୁଛି ଏକ ଫିଲ୍ମ। ଫିଲ୍ମର କାହାଣୀ ଲକ୍‌ଡାଉନ୍‌କୁ ନେଇ ହୋଇଥିବା ବେଳେ ଏହା ନାଁ ସ୍ଥିର କରାଯାଇ ନାହିଁ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ସବ୍ୟସାଚୀ ଏବଂ ତମନ୍ନା। ନିକଟରେ ଫିଲ୍ମର ମହୁରତ ସରି ଶୁଟିଂ ଆରମ୍ଭ ହୋଇଯାଇଛି।

ଫିଲ୍ମର ନିର୍ଦ୍ଦେଶନା ଆଶୋକ ପତି ଦେଉଥିବା ବେଳେ ଏହା କାହାଣୀ, ସ୍କ୍ରିନ୍‌ ପ୍ଲେ ଏବଂ ସଂଳାପ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଭାର ଅଭିଜିତ୍‌ ମଜୁମ୍‌ଦାରଙ୍କ ଉପରେ ନ୍ୟସ୍ତ ଥିବା ବେଳେ କୋରିଓଗ୍ରାଫି ଦାୟିତ୍ୱରେ ରହିଛନ୍ତି ଅମିତ୍‌ ନାୟକ।

ସବ୍ୟ ଏବଂ ତମନ୍ନାଙ୍କ ବ୍ୟତୀତ ଏଥିରେ ବବି ମିଶ୍ର, ପପୁ ପମ୍‌ପମ୍‌, ପ୍ରଦ୍ୟୁମ୍ନ ଲେଙ୍କା, ତୃପ୍ତି ସିହ୍ନା ଓ ଜୀବନ ପଣ୍ଡାଙ୍କୁ ଦେଖିବାକୁ ମିଳିବ।

ଏହି ଫିଲ୍ମ ମାଧ୍ୟମରେ ପ୍ରଥମ ଥର ତମନ୍ନା ଓ ସବ୍ୟସାଚୀ ଏକାଠି କାମ କରୁଛନ୍ତି। ସେଥିପାଇଁ ଦୁହେଁ ବେଶ୍‌ ଖୁସି ଅଛନ୍ତି।

 

 

The post ଲକ୍‌ଡାଉନ୍‌କୁ ନେଇ ନିର୍ମାଣ ହେଉଛି ଫିଲ୍ମ appeared first on Odisha Reporter.



from Odisha Reporter https://ift.tt/2NBSuKN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages