ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନ। ତାଙ୍କ ସହ ତହସିଲର ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁ ମଧ୍ୟ ଗିରଫ ହୋଇଛନ୍ତି। ଉଭୟଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଗିରଫ କରିଛି।
ଏକ ଜମିଜମା ମାମଲା ପାଇଁ ଅଫିସ୍ଠୁ କିଛି ଦୂରରେ ଏକ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧନେଶ୍ୱରଙ୍କୁ ଆଜି ଧରିଥିଲା ଭିଜିଲାନ୍ସ। ଏହି ମାମଲାରେ ତହସିଲଦାରଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍। ଏହାବ୍ୟତୀତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ଜଣାଯାଇଛି।
ତେବେ ଉଭୟ ତହସିଲଦାର ଓ ଡାଟା ଏଣ୍ଟ୍ରି ଅପରେଟର ଏହାକୁ ଖଣ୍ଡନ କରିଛନ୍ତି । ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ କହିଛନ୍ତି, ମୁଁ ଏ ବିଷୟରେ କିଛି ଜାଣିନି । ସେ ଲୋକ କିଏ ମୁଁ ବି ତାକୁ ଚିହ୍ନିନି। କିଏ କଣ ବଦମାସୀ କରିଥିବେ ବୋଲି କହିଲେ ତହସିଲଦାର। ଅପରପକ୍ଷେ ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁ କହିଛନ୍ତି, ଅଫିସ୍ ସାନିଟାଇଜ ହେଉଥିବା ଯୋଗୁ ସମସ୍ତ କର୍ମଚାରୀ ବାହାରେ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆସି ଅଫିସ୍ କାମରେ ତାଙ୍କୁ ଜୋରଜବରଦସ୍ତ ଉକ୍ତ ଟଙ୍କା ଦେଇଥିବା କହିଛନ୍ତି।
from Odisha Reporter https://ift.tt/2U6PQkb
No comments:
Post a Comment