ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ ସିବିଏସଇର ବୋର୍ଡ ପରୀକ୍ଷା ରଦ୍ଦ ହେବାର ଆଶଙ୍କା ପ୍ରକାଶ ପାଇଛି। କରୋନା ସଂକ୍ରମଣ ଦୃଷ୍ଟିରୁ କ’ଣ ସିବିଏସଇ ଚଳିତ ବର୍ଷ ବଳକା ଥିବା ବିଷୟଗୁଡ଼ିକର ପରୀକ୍ଷାକୁ ରଦ୍ଦ କରିପାରିବ କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।
ଏଥିସହ ଇଣ୍ଟରନାଲ ପରୀକ୍ଷାର ମାର୍କ ଭିତ୍ତିରେ ପିଲାମାନଙ୍କୁ ଗ୍ରେଡ ଦେଇ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଇ ପାରିବ କି ବୋଲି ମଧ୍ୟ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।
ଜଷ୍ଟିସ ଏଏମ ଖାନୱିଲକର, ଜଷ୍ଟିସ ଦୀନେଶ ମାହେଶ୍ୱରୀ ଓ ଜଷ୍ଟିସ ସଞ୍ଜବୀ ଖାନ୍ନା ଚଳିତ ବର୍ଷ ବୋର୍ଡ ପରୀକ୍ଷାକୁ ବାତିଲ କରିବା ପାଇଁ ଆଗତ ଆବେଦନର ଶୁଣାଣି କରି ଏପରି କହିଛନ୍ତି। ଶୁଣାଣି ବେଳେ ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ ପରୀକ୍ଷା ରଦ୍ଦ କରାଯାଇ ପାରିବ କି ନାହିଁ, ତା’ର ନିଷ୍ପତ୍ତି ଅନାକ ବିଚାରବିମର୍ଶ ପରେ ନିଆଯାଇ ପାରିବ। ତେଣୁ ବର୍ତ୍ତମାନ ସ୍ଥିତିରେ ଆମେ ଏହା ଉପରେ କୌଣସି ନିଷ୍ପତ୍ତି ନେଇପାରିବୁ ନାହିଁ।
ଏହାପରେ କୋର୍ଟ କହିଥିଲେ ଯେ ଆପଣମାନେ ତୁରନ୍ତ ବିଚାରବିମର୍ଶ କରି ପରୀକ୍ଷା ରଦ୍ଦ ହୋଇପାରିବ କି ନାହିଁ, ତା’ ଉପରେ ନିଷ୍ପତ୍ତି ନିଅନ୍ତୁ। କୋର୍ଟ ଆସନ୍ତା ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ।
କରୋନା ସଂକ୍ରମଣ ଯୋଗୁ ସିବିଏସଇ ପକ୍ଷରୁ କିଛି ବିଷୟର ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଏହାପରେ ଏବେ ଜୁଲାଇ ୧ରୁ ୧୫ ମଧ୍ୟରେ ବଳକା ଥିବା ବିଷୟର ପରୀକ୍ଷା କରିବାକୁ ସିବିଏସଇ ଘୋଷଣା କରିଛି। ତେବେ ଏହା ବିରୋଧରେ କିଛି ଅଭିଭାବକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
from Odisha Reporter https://ift.tt/3eoeIvy
No comments:
Post a Comment