ବଦଳି ଯାଇଛନ୍ତି ଝିଲିକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 26, 2020

ବଦଳି ଯାଇଛନ୍ତି ଝିଲିକ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିବାହ ପରେ ବଦଳି ଯାଇଛନ୍ତି ଓଲିଉଡ୍‌ ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ। ଏକଥା ଆମେ କହୁନୁ, ତାଙ୍କ ପ୍ରଶଂସକମାନେ କହୁଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୧୧ ତାରିଖରେ ସୁକିନ୍ଦା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ବିବାହ କରିଛନ୍ତି ଝିଲିକ୍‌। ତା’ପରଠୁ ସେ‌ ଶାଶୂ ଘରେ ଅଛନ୍ତି ଓ ପୂରା ଖାଣ୍ଟି ଓଡ଼ିଆଣୀ ବୋହୂ ହେବାକୁ ପ୍ରୟାସ କରୁଛନ୍ତି।

ଝିଲିକ୍‌ ଛବିଳ ମଧୁ ବର୍ଣ୍ଣବୋଧ ବହିରୁ ଓଡ଼ିଆ ପଢ଼ିବାକୁ ଚେଷ୍ଟା କରୁଛନ୍ତି। ସେ ଠାକୁର ପୂଜା ମଧ୍ୟ କରୁଛନ୍ତି। ଏଥର ରଥଯାତ୍ରା ଦିନ ଝିଲିକ୍‌ ଜଗନ୍ନାଥ ମୂର୍ତ୍ତିକୁ ସଜେଇ ଆଳତି କରିବାର ଦେଖିବାକୁ ମିଳିଥିଲା। ଅବସର ସମୟରେ ଝିଲିକ୍ ତାଙ୍କ କୁକୁରକୁ ବାହାରେ ମଧ୍ୟ ବୁଲାଉଛନ୍ତି। ସେହିଭଳି ସେ ସ୍ୱାମୀ ଡ୍ୟାନିଙ୍କ ସହ ଏକାଠି ଯୋଗ କରି ଲୋକମାନଙ୍କୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାର ବାର୍ତ୍ତା ଦେଉଥିବାର ମଧ୍ୟ ଦେଖିବାକୁ ମିଳୁଛି।

ସୋଶାଲ୍‌ ମିଡ଼ିଆରେ ଝିଲିକ୍ ଏସବୁର ଫଟୋ‌ ଶେଆର କରୁଥିବା ବେଳେ ଲୋକମାନେ ତାଙ୍କୁ ବହୁତ‌ ପ୍ରଶଂସା କରୁଛନ୍ତି। ସାଧାରଣତଃ ସେଲେବ୍ରେଟି ମାନେ ବୈବାହିକ ଜୀବନକୁ ଏତେ ଜଲ୍‌ଦି ଗ୍ରହଣ କରିପାରନ୍ତିନି। କିନ୍ତୁ ଝିଲିକ୍‌ଙ୍କୁ‌ ଏଥିପାଇଁ ଅଧିକ ସମୟ ଲାଗିନି। ସେଥିପାଇଁ ପ୍ରଶଂସକମାନେ ତାଙ୍କୁ ସାବାସୀ ଦେଇଛନ୍ତି।

 


ସୂଚନାଯୋଗ୍ୟ, ‘ଓଲେ ଓଲେ ଦିଲ୍‌ ବୋଲେ’, ‘ତମକୁ ଦେଖିଲା ପରେ’, ‘ଜବରଦସ୍ତ ପ୍ରେମିକ’, ‘ଅଗସ୍ତ୍ୟ’, ‘ଲଭ୍‌ ୟୁ ହମେସା’, ‘ଜଗା ହାତରେ ପଘା’ ଆଦି ଫିଲ୍ମରେ କାମ କରିଛନ୍ତି ଝିଲିକ୍‌।

 

The post ବଦଳି ଯାଇଛନ୍ତି ଝିଲିକ୍ appeared first on Odisha Reporter.



from Odisha Reporter https://ift.tt/2A93MmX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages