ଫ୍ରି କୋଭିଡ୍‌ ଟେଷ୍ଟ ପାଇଁ ଇମେଲ୍‌ ଆସୁଛି କି? ଭୁଲ୍‌ରେ ବି ଏହି ମେଲ୍‌ ଖୋଲନ୍ତୁ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 23, 2020

ଫ୍ରି କୋଭିଡ୍‌ ଟେଷ୍ଟ ପାଇଁ ଇମେଲ୍‌ ଆସୁଛି କି? ଭୁଲ୍‌ରେ ବି ଏହି ମେଲ୍‌ ଖୋଲନ୍ତୁ ନାହିଁ

ନୂଆଦିଲ୍ଲୀ: ଆପଣଙ୍କୁ ଫ୍ରିରେ କୋଭିଡ୍‌ ଟେଷ୍ଟ କରିବା ପାଇଁ ଇମେଲ୍‌ ଆସୁଛି କି?  ତେବେ ଏହି ମେଲ୍‌କୁ ଆଦୌ ଖୋଲନ୍ତୁ ନାହିଁ। କାରଣ ଏହାଦ୍ୱାରା ଆପଣଙ୍କ ପ୍ରୋଫାଇଲ୍‌ ହ୍ୟାକ୍‌ ହେଇପାରେ।

ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସି ରିସୋର୍ସ ଟିମ୍‌ ନିକଟରେ ଉଭୟ ବ୍ୟକ୍ତି ଏବଂ ବ୍ୟବସାୟୀଙ୍କୁ ଏହା ଦ୍ୱାରା ଏକ ବଡ଼ ଧରଣର ସାଇବର ଆକ୍ରମଣ ହେଉଥିବାର ଚେତାବନୀ ଦେଇଛି।

ବର୍ତ୍ତମାନ ସାରାଦେଶ କୋଭିଡ୍‌କୁ ନେଇ ଭୟଭୀତ ରହିଛି। ଏହି ସମୟରେ ଲୋକଙ୍କୁ ପାଖରୁ ବ୍ୟକ୍ତିଗତ ତଥ୍ୟ ନେବାପାଇଁ ହ୍ୟାକର୍‌ ମାନେ ଏମିତି ଇମେଲ୍‌ର ସାହାଯ୍ୟ ନେଉଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ସାଇବର ନିରାପତ୍ତା ନେଇ ନୋଡାଲ ଏଜେନ୍ସି ଭାବେ କାମ କରୁଥିବା ଏହି ସଂସ୍ଥା ଏଥିପାଇଁ ଏଭଳି କିଛି ଇମେଲ୍‌କୁ ନଖୋଲିବାକୁ ଚେତାବନୀ ଦେଇଛନ୍ତି।

ଏହି ଇମେଲ୍‌ ଖୋଲିବା ଦ୍ୱାରା କଣ ହେବ?

-ଏହି ଇମେଲ୍‌ କ୍ଲିକ୍‌ କରିବା ଦ୍ୱାରା ଆପଣ ଏକ ଫେକ୍‌ ୱେବ୍‌ସାଇଟ୍‌କୁ ଯିବେ।

-ଏହି ଫେକ୍‌ ୱେବ୍‌ସାଇଟ୍‌କୁ କ୍ଲିକ୍‌ କରିବା ଦ୍ୱାରା ହ୍ୟାକର ଆପଣଙ୍କ ଡିଭାଇସ୍‌ରୁ ଡାଟା ଚୋରି କରିପାରନ୍ତି।

-ଆଡ୍‌ଭାଇଜରଙ୍କ କହିବା ଅନୁଯାୟୀ, ଏମିତି ୨ ମିଲିୟନ୍‌ ଇମେଲ୍‌ ଆଇଡି ରହିଛି ଯେଉଁଥିରୁ ଏମିତି ଫେକ୍‌ ଇମେଲ୍‌ ଆସୁଛି।

-ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ୍, ଚେନ୍ନାଇ ଏବଂ ଅହମ୍ମଦାବାଦ ଲୋକମାନଙ୍କୁ ଏମିତି ଇମେଲ୍‌ ଅଧିକ ଆସୁଛି। ଏହି ଇମେଲ୍‌ରେ ଏହି ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଫ୍ରି କୋଭିଡ୍‌ ୧୯ଟେଷ୍ଟ ବ୍ୟବସ୍ଥା ରହିଥିବାର ଉଲ୍ଲେଖ ରହୁଛି।

ଏହି ଇମେଲ୍‌ ଆସିଲେ କଣ କରିବେ?

-ଏମିଲି ଇମେଲ୍‌ ଆସିଲେ ପ୍ରଥମେ ଏହାକୁ ଡିଲିଟ୍‌ କରନ୍ତୁ।

-ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସି ରିସୋର୍ସ ଟିମ୍‌ କହିବା ଅନୁଯାୟୀ, ଆପଣ ଆଣ୍ଟି ଭାଇରସ୍‌ ଟୁଲ୍‌ର ବ୍ୟବହାର କରି କିମ୍ବା ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସି ରିସୋର୍ସ ଟିମ୍‌କୁ ଏମିତି ମେଲ୍‌ ଆସିଲେ ରିପୋର୍ଟ କରିପାରନ୍ତି।

-ଏମିତି ଇମେଲ୍‌ରେ କୋଭିଡ୍‌ କିଟ୍‌ ଏବଂ ରିୱାର୍ଡକୁ ନେଇ ମଧ୍ୟ ଉଲ୍ଲେଖ ରହିଥାଏ। ଏହି ଲିଙ୍କକୁ ଆଦୌ କ୍ଲିକ୍‌ କରନ୍ତୁ ନାହିଁ।

 

 

The post ଫ୍ରି କୋଭିଡ୍‌ ଟେଷ୍ଟ ପାଇଁ ଇମେଲ୍‌ ଆସୁଛି କି? ଭୁଲ୍‌ରେ ବି ଏହି ମେଲ୍‌ ଖୋଲନ୍ତୁ ନାହିଁ appeared first on Odisha Reporter.



from Odisha Reporter https://ift.tt/3hTBvBP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages