ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିକିତ୍ସା ଅବହେଳାରୁ କେରଳରୁ ଶ୍ରମିକ ସ୍ପେଶାଲ ଟ୍ରେନ୍ରେ ଫେରୁଥିବା ଏକ ୧୮ ଦିନ ଛୁଆର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କିନ୍ତୁ ପୂର୍ବତଟ ରେଳବାଇ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।
ଅଭିଯୋଗ ଅନୁଯାୟୀ, ଶ୍ରମିକ ସ୍ପେଶାଲ ଟ୍ରେନରେ ପଶ୍ଚିମବଙ୍ଗ ପୁରୁଲିଆର ଜଣେ ଦମ୍ପତି ନିଜର ୧୮ ଦିନର ଶିଶୁ ସହ କେରଳରୁ ଫେରୁଥିଲେ । କିନ୍ତୁ ରାସ୍ତାରେ ଅଚାନକ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା । ଏନେଇ ରେଳବାଇର ହେଲପଲାଇନ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଚିକିତ୍ସା ସୁବିଧା ମିଳି ନଥିଲା । ଫଳରେ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଘଟଣାର ତଦନ୍ତ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଏକ ଅଫିସର ସ୍ତରୀୟ ଯାଞ୍ଚ କମିଟି ଗଠନ କରାଯାଇଥିଲା । ଶିଶୁର ଅସୁସ୍ଥତା ସମ୍ପର୍କରେ କୌଣସି ଅଭିଯୋଗ ମିଳି ନଥିଲା ବୋଲି କମିଟି ରିପୋର୍ଟ ଦେଇଛି।
from Odisha Reporter https://ift.tt/3f8LxwK
No comments:
Post a Comment