ନୂଆଦିଲ୍ଲୀ: ସାରା ଦୁନିଆ ସମେତ ଭାରତରେ ମଧ୍ୟ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ରିପୋର୍ଟ ଅନୁସାରେ ୧୮୦ରୁ ଊର୍ଦ୍ଧ୍ୱ ଦେଶରେ କୋରାନା ଭୂତାଣୁ ନିଜର କାୟା ବିସ୍ତାର କରିସାରିଛି। ବର୍ତ୍ତମାନ ସୁଦ୍ଧା ସାରା ଦୁନିଆରେ ୪ ଲକ୍ଷରୁ ଅଧିକ ଲୋକଙ୍କ ସଂକ୍ରମଣରେ ମୃତ୍ୟୁ ଘଟିଥିବା ବେଳେ ୭୨ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ବୋଲି ଜଣାପଡ଼ିଛି। ତେବେ ଏହି ସଂଖ୍ୟା ପ୍ରିତିଦିନ ବଢ଼ିଚାଲିଛି। ଏପଟେ ଭାରତରେ ସ୍ଥିତି ଗମ୍ଭୀର ହେଲାଣି।
ଗୁରୁବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨,୮୬,୫୭୯ ଛୁଇଁଲାଣି। ଗତ ୨୪ ଘଣ୍ଟାରେ ୯,୯୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୭ ଜଣଙ୍କ ସଂକ୍ରମଣଜନିତ ମୃତ୍ୟୁ ଘଟିଛି।
ସୂଚନଯୋଗ୍ୟ, ଦେଶରେ ପ୍ରଥମ ଥର ୨୪ ଘଣ୍ଟାରେ ଏତେ ସଂଖ୍ୟକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ରେକର୍ଡ କରିଛି। ବର୍ତ୍ତମାନ ସୁଦ୍ଧା ୮,୧୦୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧,୪୧,୦୨୯ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି। ତେବେ ରିକୋଭରି ରେଟ୍ ଅର୍ଥାତ୍ ସୁସ୍ଥ ହାର ମଧ୍ୟ ସାମାନ୍ୟ ବଢ଼ିଛି। ବର୍ତ୍ତମାନ ଦେଶରେ ସୁସ୍ଥ ହାର ୪୯.୨୧ ପ୍ରତିଶତ ହୋଇଯାଇଛି।
କେନ୍ଦ୍ର ସରକାରଙ୍କ ଅନୁସାରେ, ବର୍ତ୍ତମାନ ସୁଦ୍ଧା ୫୨,୧୩,୧୪୦ ନମୁନା ପରୀକ୍ଷଣ କରାଯାଇଛି। ଗତ ୨୪ ଘଣ୍ଟାରେ ୧,୫୧,୮୦୮ ନମୁନା ପରୀକ୍ଷଣ କରାଯାଇଥିଲା। ବର୍ତ୍ତମାନ ସୁର୍ଦ୍ଧା ଗୋଟିଏ ଦିନରେ ଏହା ହେଉଛି ସବୁଠାରୁ ଅଧିକ ନମୁନା ପରୀକ୍ଷଣ।
from Odisha Reporter https://ift.tt/2UO2Rj1
No comments:
Post a Comment