ମହାସୁଲ ଆଦାୟକୁ ବିରୋଧ; ଧାରଣା ଦେଲେ ପରିବା ବ୍ୟବସାୟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 10, 2020

ମହାସୁଲ ଆଦାୟକୁ ବିରୋଧ; ଧାରଣା ଦେଲେ ପରିବା ବ୍ୟବସାୟୀ

ରାଇରଙ୍ଗପୁର( ରାଜେଶ ଶର୍ମା):ବେଆଇନ ଭାବେ ମହାସୁଲ ଆଦାୟକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ପରିବା ବ୍ୟବସାୟୀ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମ୍ୟୁନିସିପାଲିଟି ମଧ୍ୟରେ ଡେଲି ମାକେର୍ଟ ପରିସରରେ ବିଭିନ୍ନ ପ୍ଲାକାର୍ଡ ଧରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ପରିବାର ବ୍ୟବସାୟୀ ।

ଏହି ପରିବା ମାର୍କେଟର ଟେଣ୍ଡର ଅବଧି ମାର୍ଚ୍ଚ ୨୦୨୦ରେ ଶେଷ ହୋଇଥିଲା । ଏହା ପରେ ମଧ୍ୟ ଲକଡାଉନ୍‌ ସମୟରେ ମଧ୍ୟ ପରିବା ଦୋକାନୀମାନଙ୍କଠାରୁ ବେନିୟମ ଭାବେ ଓ ମନଇଚ୍ଛା ମହାସୁଲ ଆଦାୟ କରାଯାଉଥିଲା । ଏହି ଘଟଣାକୁ ନେଇ ତ୍ରିନାଥ ଡେଲି ମାକେର୍ଟ ଆସୋସିଏସନ ପକ୍ଷରୁ ଏକ ଲିଖିତ ଅଭିଯୋଗ ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦିଆଯାଇଛି।

ମାତ୍ର ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ପରିବା ବ୍ୟବସାୟୀ ସଂଘ  ଆଜିଠାରୁ ଆନ୍ଦୋଳନକୁ ଓହ୍ଲାଇଛି।  ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/30HMXdN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages