୨୪ ଘଣ୍ଟାରେ ଗଲା ୩୮୦ ଜୀବନ, ୧୦ ହଜାର ପାଖାପାଖି ପହଞ୍ଚିଲା ଦେଶର କରୋନା ମୃତ୍ୟୁ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 15, 2020

୨୪ ଘଣ୍ଟାରେ ଗଲା ୩୮୦ ଜୀବନ, ୧୦ ହଜାର ପାଖାପାଖି ପହଞ୍ଚିଲା ଦେଶର କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୦,୬୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୦ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୯୯୦୦କୁ ବୃଦ୍ଧି ପାଇଛି।

୧୦,୬୬୭ ନୂଆ କେସ୍ ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୩ ହଜାର ୯୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧,୫୩,୧୭୮ ଜଣ ଚିକିତ୍ସାଧୀନ ଥିବା ବେଳେ ୧,୮୦,୦୧୩ ଜଣ ସୁସ୍ଥ ହୋଇସାରିଛନ୍ତି।

ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୦,୭୪୪ରେ ପହଞ୍ଚିଥିବା ବେଳେ ୪୧୨୮ ଜଣଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ୧୫୦୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦିଲ୍ଲୀରେ ୧୪୦୦ ଓ ପଶ୍ଚିମବଙ୍ଗରେ ୪୮୫ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ଅତିକ୍ରମ କରିସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୪,୩୫,୬୮୨ରେ ପହଞ୍ଚିଛି।



from Odisha Reporter https://ift.tt/3fF5E67

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages