ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ତ୍ରାଲରେ ଆତଙ୍କବାଦୀ ଏବଂ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି। ଏଥିରେ ଦୁଇ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଭାରତୀୟ ସୁରକ୍ଷାକର୍ମୀ ପ୍ରଥମେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ହେଲେ ଯେତେବେଳେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା, ସେତେବେଳେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ଦୁଃସାହସକୁ କଡ଼ା ଜବାବ ଦେଇଥିଲେ।
ଗତ 5 ଦିନ ଭିତରେ 12ରୁ ଊର୍ଦ୍ଧ୍ୱ ଆତଙ୍କବାଦୀଙ୍କ ନିପାତ ଘଟିଛି। ପାଞ୍ଚ ଦିନ ହେଲା ଏଲଓସିରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା ଚଳାଇଛନ୍ତି। ଏନେଇ ଭାରତୀୟ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିଛନ୍ତି। ଅନୁପ୍ରବେଶ କରିବାର ଦୁଃସାହସ ଯୋଗୁ ବର୍ତ୍ତମାନ ସୁଦ୍ଧା ୧୩ ଆତଙ୍କବାଦୀଙ୍କ ଜୀବନ ଯାଇଛି।
ଅଧିକ ପଢ଼ନ୍ତୁ…
https://odishareporter.in/nation/one-terrorist-killed-in-jammu-kashmir-2-535493
from Odisha Reporter https://ift.tt/2U4SBCy
No comments:
Post a Comment