ଚିଟଫଣ୍ଡ କେଳେଙ୍କାରୀ: ସରକାରଙ୍କଠୁ ଦସ୍ତାବିଜ ନେଲା ସିବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 13, 2020

ଚିଟଫଣ୍ଡ କେଳେଙ୍କାରୀ: ସରକାରଙ୍କଠୁ ଦସ୍ତାବିଜ ନେଲା ସିବିଆଇ

ଭୁବନେଶ୍ୱର(ପ୍ରକାଶ ସେଠୀ): ପ୍ରାୟ ୯ମାସର ବ୍ୟବଧାନ ପରେ ଚିଟଫଣ୍ଡ ତଦନ୍ତ କରୁଥିବା ସିବିଆଇ ପୁଣିଥରେ ସକ୍ରିୟ ହୋଇଛି। କରୋନା ସଙ୍କଟ ମଧ୍ୟରେ ସିବିଆଇ ରାଜ୍ୟରେ କୋଟିକୋଟି ଟଙ୍କାର ଚିଟଫଣ୍ଡ ତଦନ୍ତରେ ପୁଣି ସକ୍ରିୟତା ଦେଖାଇ ରାଜ୍ୟ ସରକାରଙ୍କୁ କେତେକ ଦସ୍ତାବିଜ ମାଗିଛି। ଆସନ୍ତା ୧୭ତାରିଖରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଏସବୁ ଦସ୍ତାବିଜକୁ ସିବିଆଇ ଇନ୍ସପେକ୍ଟର ଏସକେ ସାମଲଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ସିବିଆଇ ରାଜ୍ୟରେ ଦୁଇ ଚିଟଫଣ୍ଡ କମ୍ପାନୀ ‘ସି-ସୋର’ ଓ ‘ଏଟି ଗ୍ରୁପ୍‌’ ର ତଦନ୍ତ ମାମଲାକୁ ଜୁନ୍ ପ୍ରଥମ ସପ୍ତାହରୁ ତ୍ୱରାନ୍ୱିତ କରିଛି। ସି-ସୋର ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ସମନ ପଠାଇ ଜେରା କରିଥିବାବେଳେ ଜୁନ୍ ୮ତାରିଖରେ ଏଟି ମାମଲାରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି କେତେକ ଦସ୍ତାବିଜ ମାଗିଥିଲା। ଏ ସମ୍ପର୍କରେ ସିବିଆଇର ଜଣେ ଅଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ସିବିଆଇ ତା’ର ନିର୍ଦ୍ଧାରିତ ପ୍ରକ୍ରିୟା ମଧ୍ୟରେ ତଦନ୍ତ କରିଥାଏ। ଶିଥିଳ ବା ସକ୍ରିୟ କେବେ ହୋଇନଥାଏ। ଉଭୟ ସିସୋର ଓ ଏଟି ଚିଟଫଣ୍ଡ ମାମଲାରେ କେତେକ ନୂଆ ତଥ୍ୟ ମିଳିଛି। ସେ ସମ୍ପର୍କରେ ପୂର୍ବରୁ ଗିରଫ ହୋଇଥିବା କିଛି ଅଭିଯୁକ୍ତଙ୍କୁ ଅଧିକ ପଚରାଉଚୁରା କରାଯିବ। ରାଜ୍ୟ ସରକାରଙ୍କୁ ମଧ୍ୟ କେତେକ ତଥ୍ୟ ମଗାଯାଇଛି। ସିବିଆଇ କେବଳ ଏହି ଦୁଇଟି ନୁହେଁ ହାତକୁ ନେଇଥିବା ସମସ୍ତ ୪୪ଟି ଚିଟଫଣ୍ଡ କମ୍ପାନୀର ତଦନ୍ତ ପ୍ରକ୍ରିୟାକୁ ନିର୍ଣ୍ଣାୟକ ମୋଡ଼ରେ ପହଂଚାଇବାକୁ ପଦକ୍ଷେପ ନେଉଛି। ତେବେ ରାଜ୍ୟ ସରକାରଙ୍କ କୌଣସି ବରିଷ୍ଠ ପ୍ରଶାସନିକ ଅଫିସରଙ୍କୁ ଜେରା କରାଯିବାର ସମ୍ଭାବନା ରହିଛି କି ବୋଲି ପ୍ରଶ୍ନର ଉତ୍ତରରେ ସେ କିଛି କହିବାକୁ ମନା କରିଦେଇଥିଲେ। ଅବଶ୍ୟ ଏପର୍ଯ୍ୟନ୍ତ କୌଣସି ଅଫିସରଙ୍କୁ ନୋଟିସ୍ କରାଯାଇନି ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ସେପ୍ଟେମ୍ବର ମାସରେ ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଓ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ଗିରଫ କରିବାପରେ ରାଜ୍ୟରେ ସିବିଆଇର ଚିଟଫଣ୍ଡ ତଦନ୍ତ ସମ୍ପୂର୍ଣ୍ଣ ଶିଥିଳ ପଡ଼ିଯାଇଥିଲା। କିନ୍ତୁ ଜୁନ୍ ପ୍ରଥମ ସପ୍ତାହରେ ପୁଣିଥରେ ରାଜ୍ୟରେ ସକ୍ରିୟ ହୋଇ ‘ସି-ସୋର’ ମାମଲାର ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଜେରା କରିଥିବାବେଳେ ଏଟି ଗ୍ରୁପ୍ ମାମଲାରେ କେତେକ ଦସ୍ତାବିଜ ସରକାରଙ୍କୁ ମାଗିଛି। ଜୁନ୍ ୮ତାରିଖରେ ସିବିଆଇ ଅଫିସ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇ ଏହି ଦସ୍ତାବିଜ ମଗାଯାଇଥିଲା। ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ ମଗାଯାଇଥିବା ଦସ୍ତାବିଜକୁ ଜୁନ୍ ୧୭ତାରିଖରେ ତଦନ୍ତକାରୀ ଅଫିସରଙ୍କୁ ବ୍ୟକ୍ତିଗତ ଭାବେ ଭେଟି ପ୍ରଦାନ କରିବେ ବୋଲି ଜୁନ୍ ୧୨ତାରିଖରେ ସିବିଆଇ ଏସପିଙ୍କୁ ଚିଠି ଲେଖି ଅବଗତ କରାଯାଇଛି।



from Odisha Reporter https://ift.tt/2MVlwEX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages