ପ୍ରଥମେ ଆତ୍ମଚିନ୍ତନ କରନ୍ତୁ ରାହୁଲ୍ ଗାନ୍ଧୀ: ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 28, 2020

ପ୍ରଥମେ ଆତ୍ମଚିନ୍ତନ କରନ୍ତୁ ରାହୁଲ୍ ଗାନ୍ଧୀ: ଶାହ

ନୂଆଦିଲ୍ଲୀ: ଭାରତ-ଚୀନ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ରାହୁଲ୍ ଚୀନ୍ ପ୍ରସଙ୍ଗରେ ଯେଉଁ ମତ ରଖୁଛନ୍ତି ତାହା ଭଲ ରାଜନୀତି। ରାହୁଲଙ୍କ ମନ୍ତବ୍ୟ ପାକିସ୍ତାନ ଏବଂ ଚୀନକୁ ସୁହାଉଛି ବୋଲି ବୋଲି ଶାହ କହିଛନ୍ତି। ରାହୁଲଙ୍କୁ ଯାହା କହିବାର ଅଛି ସେ ସଂସଦରେ କୁହନ୍ତୁ। ଦେଶର ଯବାନ ଏବେ ଚୀନର ସାମ୍ନା କରୁଛନ୍ତି। ଏଭଳି ସ୍ଥିତିରେ ରାହୁଲ କ୍ରମାଗତ ଭାବେ ଦେଉଥିବା ମନ୍ତବ୍ୟରୁ ନିବୃତ ରହିବା ଦରକାର ବୋଲି ଶାହ କହିଛନ୍ତି।

ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେବା ଅବସରରେ ଶାହ କହିଛନ୍ତି, “ଆଗକୁ ସଂସଦ ଅଧିବେଶନ ରହିଛି। ଏ ବାବଦରେ ଚର୍ଚ୍ଚା ହେବା ଦରକାର। ଆମେ ଚର୍ଚ୍ଚାକୁ ଡରୁ ନାହିଁ। 1962ରୁ ଏଯାବତ ଯାହା ହୋଇଛି ସେ ବାବଦରେ ଆଲୋଚନା ହେବା ଦରକାର। ରାହୁଲ ଗାନ୍ଧୀ ସଂସଦରେ ମତ ରଖିବା ଦରକାର। ହେଲେ ଦେଶର ଯବାନ ଯେତେବେଳେ ସଂଘର୍ଷ କରୁଛନ୍ତି, ସରକାର ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ସେତେବେଳେ ଏଭଳି ମନ୍ତବ୍ୟ ନଦେବା ଦରକାର”।

ସେହିପରି ରାହୁଲ୍ ଗାନ୍ଧୀ ‘ଆତ୍ମସମର୍ପଣ ପ୍ରଧାନମନ୍ତ୍ରୀ’ ବୋଲି ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିପାଇଁ ସେ ନିଜେ ଆତ୍ମଚିନ୍ତନ କରିବା ଦରକାର। ଏହା ପାକିସ୍ତାନ ଏବଂ ଚୀନକୁ ପ୍ରୋତ୍ସାହନ ଦେଉଛି ବୋଲି ଶାହ କହିଛନ୍ତି।

ନିକଟରେ କଂଗ୍ରେସ ଅଭିଯୋଗ କରିଥିଲା ବିଜେପିରେ ଗଣତନ୍ତ୍ର ନାହିଁ। ଏହାର ଜବାବରେ ଶାହ କହିଛନ୍ତି, ବିଜେପିର ସଭାପତି ଭାବରେ ଲାଲକୃଷ୍ଣ ଆଡଭାନୀ, ରାଜନାଥ ସିଂହ, ନୀତୀନ ଗଡ଼କରୀ, ପୁଣିଥରେ ରାଜନାଥ ସିଂହ, ମୁଁ ନିଜେ, ଏହାପରେ ଜେ.ପି ନଡ୍ଡା ସଭାପତି ରହିଛନ୍ତି। ଏହାରି ଭିତରୁ କିଏ ଗୋଟିଏ ପରିବାରର ବୋଲି ଶାହ ପ୍ରଶ୍ନ କରିଛନ୍ତି। ତେବେ କଂଗ୍ରେସକୁ ପାଲଟା ଜବାବ ମାଗିବାକୁ ଯାଇ ଶାହ କହିଛନ୍ତି, ଇନ୍ଦିରା ଗାନ୍ଧୀଙ୍କ ପରେ ସେହି ଗୋଟିଏ ପରିବାରର ବ୍ୟକ୍ତି ଦଳର ଦାୟିତ୍ୱରେ ଅଛନ୍ତି। ତା’ହେଲେ କଂଗ୍ରେସ ଏବେ କହିବା ଦରକାର କେଉଁଠି ଗଣତନ୍ତ୍ର ରହିଛି ବୋଲି ଶାହ କହିଛନ୍ତି।

The post ପ୍ରଥମେ ଆତ୍ମଚିନ୍ତନ କରନ୍ତୁ ରାହୁଲ୍ ଗାନ୍ଧୀ: ଶାହ appeared first on Odisha Reporter.



from Odisha Reporter https://ift.tt/2VnPrdu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages