ଗଞ୍ଜାମ ସ୍ଥିତି ଗମ୍ଭୀର; ଦ୍ରୁତ ଗତିରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 16, 2020

ଗଞ୍ଜାମ ସ୍ଥିତି ଗମ୍ଭୀର; ଦ୍ରୁତ ଗତିରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ଦୈନିକ ୨ଶହରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ ଏହି ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଗଲାଣି । ଲଗାତର  ଭାବେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ବଢ଼ି ଚାଲିଛି । ବିଭିନ୍ନ ପ୍ରକାର କଟକଣା ସତ୍ତ୍ୱେ ଜିଲ୍ଲାରେ କମୁନି ଲୋକାଲ୍ ସଂକ୍ରମଣ।

ହଟସ୍ପଟ୍ ଜିଲ୍ଲା ଗଂଜାମରୁ ଗତକାଲି ଚିହ୍ନଟ ହୋଇଛନ୍ତି ସର୍ବାଧିକ ୨୪୬ ପଜିଟିଭ । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ୩୯୨ରେ ପହଞ୍ଚିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪,୮୬୭ ଆକ୍ରାନ୍ତ ବାହାରିଛନ୍ତି । ସେପଟେ କରୋନାରେ ଗଂଜାମରେ  ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଥିବାବେଳେ ବେଳେ ରାଜ୍ୟରେ ଏହି ସଂଖ୍ୟା ୭୯କୁ ବୃଦ୍ଧି ପାଇଛି ।

ଗଂଜାମ ଜିଲ୍ଲାରେ ବେକାବୁ  ହୋଇପଡ଼ିଥିବା ସଂକ୍ରମଣ ରୋକିବାକୁ ଲଢ଼େଇକୁ ଅଧିକ ତୀବ୍ର କରିଛି ପ୍ରଶାସନ । କୋଭିଡ୍ ରେଡ୍ ଜୋନ୍‌ରେ ଥିବା ଗାଁଗୁଡ଼ିକରେ ଡୋର ଟୁ ଡୋର ସ୍କ୍ରିନିଂ ଆରମ୍ଭ ହୋଇଛି । ଛତ୍ରପୁର ଉପଖଣ୍ଡର ୭ ଏନଏସିକୁ ୬ଦିନ ପାଇଁ ସମ୍ପୂର୍ଣ୍ଣ  ଶଟଡାଉନ୍‌ ଘୋଷଣା କରାଯାଇଛି।

The post ଗଞ୍ଜାମ ସ୍ଥିତି ଗମ୍ଭୀର; ଦ୍ରୁତ ଗତିରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/2WtLFjw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages