ଶେଷରେ ମିଳିଲା ମଞ୍ଜୁରୀ; ଅଗଷ୍ଟ ୧୪ରୁ ରାଜସ୍ଥାନ ବିଧାନସଭା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 29, 2020

ଶେଷରେ ମିଳିଲା ମଞ୍ଜୁରୀ; ଅଗଷ୍ଟ ୧୪ରୁ ରାଜସ୍ଥାନ ବିଧାନସଭା

ଜୟପୁର: ଅଗଷ୍ଟ ୧୪ରୁ ଆରମ୍ଭ ହେବ ରାଜସ୍ଥାନ ବିଧାନସଭା ଅଧିବେଶନ। ଗେହଲଟ୍ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ କଲରାଜ ମିଶ୍ର ।  ବିଧାନସଭା ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପ୍ରସ୍ତାବକୁ ରାଜ୍ୟପାଳ କଲାରାଜ ମିଶ୍ର ୩ ଥର ଖାରଜ କରିବା ପରେ ଚତୁର୍ଥ ଥର ଏଥିରେ ସମ୍ମତି ପ୍ରକାଶ କରିଛନ୍ତି।

। ଅଗଷ୍ଟ ୧୪ରୁ ବିଧାନସଭା ଅଧିବେଶନ ଆରମ୍ଭ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟପାଳ। ଏହାସହ ବିଧାନସଭା ଅଧିବେଶନ ଆରମ୍ଭ ହେଲେ କୋଭିଡ୍ ସଂକ୍ରମଣ ରୋକିବାକୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଜୁଲାଇ ୩୧ରେ ବିଧାନସଭା ଅଧିବେଶନ ଡାକିବାକୁ ରାଜ୍ୟପାଳ କଲାରାଜ ମିଶ୍ରଙ୍କୁ ୩ ଥର ପ୍ରସ୍ତାବ ପଠାଇ ନିରାଶ ହୋଇଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶେଷରେ ଏହି ତାରିଖରେ ପରିବର୍ତ୍ତନ କରିଥିଲେ।  ଜୁଲାଇ ୩୧ ବଦଳରେ ଅଗଷ୍ଟ ୧୪ରେ ବିଧାନସଭା ଅଧିବେଶନ ଡାକିବାକୁ ସେ ରାଜ୍ୟପାଳଙ୍କ ପାଖକୁ ସାନି ପ୍ରସ୍ତାବ ପଠାଇଥିଲେ ଯାହାକୁ କି ରାଜ୍ୟପାଳ ମଞ୍ଜୁର କରିଥିଲେ।

ସୂଚନାଯୋଗ୍ୟ. ଜୁଲାଇ ୩୧ରେ ବିଧାନସଭା ଅଧିବେଶନ ଡାକିବାକୁ ଗେହଲଟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା  ତୃତୀୟ ପ୍ରସ୍ତାବକୁ ରାଜ୍ୟପାଳ ବୁଧବାର ସକାଳେ ଖାରଜ କରି ଦେଇଥିଲେ। ଏହି ପ୍ରସ୍ତାବ ଖାରଜ ହେବା ପରେ ମୁଖ୍ୟମନ୍ତ୍ରୀ ଗେହଲଟ ରାଜଭବନ ଯାଇ ସେଠାରେ ରାଜ୍ୟପାଳଙ୍କ ସହ ୧୫ ମିନିଟ୍‌ର ଆଲୋଚନା କରିଥିଲେ। ଏହାପରେ  ନୂଆ ତାରିଖ ସ୍ଥିର କରିବାକୁ ଗତକାଲି ଗେହଲଟଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ସର୍ବସମ୍ମତିକ୍ରମେ ଅଗଷ୍ଟ ୧୪ ତାରିଖ ସଂପର୍କିତ ନିଷ୍ପତ୍ତି ପାରିତ ହୋଇଥିଲା। ଏହାପରେ ଏହି ପ୍ରସ୍ତାବକୁ ରାଜ୍ୟପାଳଙ୍କ ପାଖକୁ ପଠାଯିବା ପରେ ରାଜ୍ୟପାଳ ବିଳମ୍ବିତ ରାତିରେ ଏହାକୁ ଅନୁମୋଦନ କରିଛନ୍ତି।

ପୂର୍ବରୁ ଗେହଲଟ ବିଧାନସଭା ଅଧିବେଶନ ଡାକିବାକୁ କହୁଥିଲେ ହେଁ ରାଜ୍ୟପାଳ ମିଶ୍ର ବିଧାୟକମାନଙ୍କୁ ଅତିକମରେ ୨୧ ଦିନର ନୋଟିସ୍‌ ପଠାଇବାକୁ ପରାମର୍ଶ ଦେଇଥିଲେ। ୨୧ ଦିନ ପରେ ହିଁ ବିଧାନସଭା ଅଧିବେଶନ ଡକା ଯାଇପାରିବ ବୋଲି ସେ ସର୍ତ୍ତ ରଖିଥିଲେ।

The post ଶେଷରେ ମିଳିଲା ମଞ୍ଜୁରୀ; ଅଗଷ୍ଟ ୧୪ରୁ ରାଜସ୍ଥାନ ବିଧାନସଭା appeared first on Odisha Reporter.



from Odisha Reporter https://ift.tt/2CUoF6O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages