ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୩୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୩୮୯ ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୫,୯୨୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯୨୮୭ ଜଣ ଚିକିତ୍ସାଧୀନ ଅଛନ୍ତି।
୩୦ଟି ଜିଲ୍ଲାରୁ ନୂତନ ଭାବେ ଚିହ୍ନଟ ହୋଇଥିବା ଏହି ୧୩୭୬ ଜଣଙ୍କ ମଧ୍ୟରୁ ୯୧୭ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୪୫୯ଟି ଲୋକାଲ୍ କେସ୍।
Covid-19 Report For 25th July
New Positive Cases: 1376
In Quarantine: 917
Local Contacts: 459(Details of local contacts will be shared by concerned District Administration)
District Wise Cases
1. Angul: 5
2. Balasore: 29
3. Bargarh: 7
4. Bhadrak: 10
5. Balangir: 19— I & PR Department, Odisha (@IPR_Odisha) July 26, 2020
ଏହି ୧୩୭୬ଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୮୪ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୧୮୭ ଓ କେନ୍ଦୁଝରରୁ ୧୦୩ ଜଣ ରହିଛନ୍ତି। କଟକ ଜିଲ୍ଲାରୁ ୭୫ ଜଣ ଚିହ୍ନଟ ହୋଇଥିବା ବେଳେ ଗଜପତିରୁ ୭୪, ରାୟଗଡ଼ାରୁ ୪୫, ସୁନ୍ଦରଗଡ଼ରୁ ୩୩, ନୟାଗଡ଼ରୁ ୩୦ ଓ ବାଲେଶ୍ୱରରୁ ୨୯ ଜଣ ଚିହ୍ନଟ ହୋଇଛନ୍ତି।
The post ରାଜ୍ୟରେ ଆଉ ୧୩୭୬ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/3fWHC6W
No comments:
Post a Comment