ଫେସବୁକ ଓ ଇନଷ୍ଟାଗ୍ରାମ ଡିଲିଟ କରିବାକୁ ସେନାର ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 8, 2020

ଫେସବୁକ ଓ ଇନଷ୍ଟାଗ୍ରାମ ଡିଲିଟ କରିବାକୁ ସେନାର ନିର୍ଦ୍ଦେଶ

ନୂଆଦିଲ୍ଲୀ: ସେନା ବାହିନୀରେ କାର୍ଯ୍ୟରତ ସମସ୍ତ ଯବାନ ଓ ଅଧିକାରୀଙ୍କୁ ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ୮୯ଟି ଆପକୁ ଡିଲିଟ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧୫ ସୁଦ୍ଧା ସମସ୍ତେ ଯେପରି ଏଗୁଡ଼ିକୁ ଡିଲିଟ୍‌ କରିବେ, ସେନେଇ ସେନା ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଏହି ଆପ୍‌ଗୁଡ଼ିକ ଦ୍ୱାରା ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବା ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍‌ କରୁଥିବା ଅଭିଯୋଗ ହୋଇଛି। ଏହି କାରଣରୁ ସେନା ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟ କରିବେ ନାହିଁ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହ କରାଯିବାର ଚେତାବନୀ ଦିଆଯାଇଛି। ଏହି ୮୯ଟି ଆପ୍‌ ମଧ୍ୟରେ ଚାଇନାର ଟିକଟକ ସହ ୫୯ଟି ଆପ ରହିଛି।

ସେନାର ଜଣେ ଅଧିକାରୀ କହିଛନ୍ତି, “ପାକିସ୍ତାନ ଓ ଚାଇନାର ଗୁଇନ୍ଦା ବିଭାଗ ସଦସ୍ୟମାନେ ଅନଲାଇନ ଦ୍ୱାରା ଭାରତୀୟ ଯବାନଙ୍କୁ ଟାର୍ଗେଟ କରୁଛନ୍ତି। ଏହି ସଂଖ୍ୟାଗୁଡ଼ିକ କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଯବାନ ଓ ଅଧିକାରୀମାନଙ୍କୁ ଫେସବୁକ, ଇନଷ୍ଟ୍ରାଗ୍ରାମ, ଟିକଟକ, ଟ୍ରୁ କଲର ଭଳି ୮୯ଟି ଆପ ଡିଲିଟ କରିବାକୁ କୁହାଯାଇଛି।”

ଏହାପୂର୍ବରୁ ନଭେମ୍ବର ମାସରେ ଅଫିସିଆଲ କାମ ପାଇଁ ହ୍ୱାଟସଆପ ବ୍ୟବହାର ନ କରିବାକୁ ସେନା ପକ୍ଷରୁ ଯବାନମାନଙ୍କୁ କୁହାଯାଇଥିଲା। ଦୁଇରୁ ୩ ବର୍ଷ ହେଲାଣି ପାକିସ୍ତାନ ପକ୍ଷରୁ ମହିଳାଙ୍କ ଦ୍ୱାରା ଭାରତୀୟ ଯବାନ ଓ ଅଧିକାରୀଙ୍କୁ ଫସା ଯାଉଛି। ଏହାପରେ ସେମାନେ କୌଶଳକ୍ରମେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରିନେଉଛନ୍ତି।

The post ଫେସବୁକ ଓ ଇନଷ୍ଟାଗ୍ରାମ ଡିଲିଟ କରିବାକୁ ସେନାର ନିର୍ଦ୍ଦେଶ appeared first on Odisha Reporter.



from Odisha Reporter https://ift.tt/2CiF3xf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages