ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଭାରତ ବିଶ୍ୱର ୩ କରୋନା ପ୍ରଭାବିତ ରାଷ୍ଟ୍ର ହୋଇଯାଇଛି। ଭାରତ ଉପରେ କେବଳ ଆମେରିକା ଓ ବ୍ରାଜିଲ ରହିଛନ୍ତି। ତେବେ ଆଶ୍ୱସ୍ତର ବିଷୟ ହେଉଛି, ଭାରତରେ କ୍ରମାଗତ ଭାବେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଛି। ବର୍ତ୍ତମାନ ଦେଶର ଆରୋଗ୍ୟ ହାର ୬୦.୭୭% ରହିଛି।
କିନ୍ତୁ ଦେଶର ଆରୋଗ୍ୟ ହାର ତୁଳନାରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଆରୋଗ୍ୟ ଅଧିକ ରହିଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଦିଲ୍ଲୀ, ଗୁଜରାଟ ଓ ଉତ୍ତର ପ୍ରଦେଶ ଭଳି କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟଗୁଡ଼ିକ ରହିଛନ୍ତି।
ହେଲେ ଜୁନ୍ ମାସ ଯାଏ ଭଲ ସ୍ଥିତିରେ ଥିବା ଓଡ଼ିଶାର ଆରୋଗ୍ୟ ହାର ଏବେ ହ୍ରାସ ପାଇବାରେ ଲାଗିଛି। ଅବଶ୍ୟ ଏବେ ବି ଦେଶ ତୁଳନାରେ ଓଡ଼ିଶାର ଆରୋଗ୍ୟ ହାର ଅଧିକ ରହିଛି। କିନ୍ତୁ ଜୁଲାଇ ୨ ତୁଳନରେ ଏବେ ରାଜ୍ୟରେ ଆରୋଗ୍ୟ ହାର ହ୍ରାସ ପାଇଛି।
ଆରୋଗ୍ୟ ହାର ତାଲିକାରେ ଓଡ଼ିଶା ୧୬ ନଂ ସ୍ଥାନରେ ରହିଛି। ଓଡ଼ିଶାରେ ଆରୋଗ୍ୟ ହାର ୬୯% ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଜୁଲାଇ ୨ରେ ଓଡ଼ିଶାର ଆରୋଗ୍ୟ ହାର ୭୩.୨% ରହିଥିଲା। ହେଲେ ୪ ଦିନ ମଧ୍ୟରେ ଏହା ହ୍ରାସ ପାଇଛି। ଅର୍ଥାତ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ୪ ଦିନ ମଧ୍ୟରେ ଆଶାତୀତ ଭାବେ ବୃଦ୍ଧି ପାଇଛି।
ସରକାରଙ୍କ କହିବା ଅନୁଯାୟୀ, ଦେଶରେ ଆକ୍ଟିଭ କେସ୍ ଅପେକ୍ଷା ଆରୋଗ୍ୟଙ୍କ ସଂଖ୍ୟା ଅଧିକ ରହିଛି। ସରକାର କରୋନା ମୁକାବିଲା ପାଇଁ ପ୍ରସ୍ତୁତ କରିଥିବା କ୍ଲିନିକାଲ ମ୍ୟାନେଜମେଣ୍ଟ ପାଇଁ ଆଜି ଏହା ସମ୍ଭବ ହୋଇଛି। ଫଳରେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪,୦୯,୦୮୨ ରହିଛି। ତେବେ ଜାତୀୟ ଆରୋଗ୍ୟ ହାର ତୁଳନାରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆରୋଗ୍ୟ ହାର ଅଧିକ ରହିଛି।
ଆରୋଗ୍ୟ ହାର ତାଲିକାର ୧ନଂ ସ୍ଥାନରେ ଚଣ୍ଡିଗଡ଼(୮୫.୯%) ରହିଛି। ସେହିପରି ଦ୍ୱିତୀୟ ସ୍ଥାନରେ ଲଦାଖ(୮୨.୨%), ତୃତୀୟରେ ଉତ୍ତରାଖଣ୍ଡ (୮୦.୯%), ୪ର୍ଥରେ ଛତିଶଗଡ଼ (୮୦.୬%), ୫ମରେ ରାଜସ୍ଥାନ(୮୦.୧%), ୬ଷ୍ଠରେ ମିଜୋରାମ(୭୯.୩%), ୭ମରେ ତ୍ରିପୁରା(୭୭.୭%), ୮ମରେ ମଧ୍ୟପ୍ରଦେଶ (୭୬.୯%), ୯ମରେ ଝାରଖଣ୍ଡ(୭୪.୩%), ୧୦ରେ ବିହାର(୭୪.୨%), ୧୧ରେ ହରିଆଣା(୭୪.୧%), ୧୨ରେ ଗୁଜରାଟ(୭୧.୯%), ୧୩ରେ ପଞ୍ଜାବ(୭୦.୫%), ୧୪ରେ ଦିଲ୍ଲୀ(୭୦.୨%), ୧୫ତମ ସ୍ଥାନରେ ମେଘାଳୟ(୬୯.୪%), ୧୬ରେ ଓଡ଼ିଶା(୬୯.୦%), ୧୭ରେ ଉତ୍ତର ପ୍ରଦେଶ(୬୮.୪%), ୧୮ରେ ହିମାଚଳ ପ୍ରଦେଶ(୬୭.୩%), ୧୯ରେ ପଶ୍ଚିମବଙ୍ଗ(୬୬.୭%), ୨୦ରେ ଆସାମ(୬୨.୪%) ଓ ୨୧ରେ ଜମ୍ମୁ-କଶ୍ମୀର(୬୨.୪%) ରହିଛି।
The post ଦେଶରେ କରୋନା ଆରୋଗ୍ୟ ହାର ବଢ଼ୁଛି, ଓଡ଼ିଶାରେ କମୁଛି appeared first on Odisha Reporter.
from Odisha Reporter https://ift.tt/2NY81oD
No comments:
Post a Comment