ବ୍ରହ୍ମପୁର(ଜଗନ୍ନାଥ ସାହୁ): କୋଭିଡ କେୟାର ସେଣ୍ଟରରେ ଅବ୍ୟବସ୍ଥା ଅଭିଯୋଗ ହେଉଛି । ପିଇବା ପାଣି ମିଳୁନି କି, ସଫା ମଧ୍ୟ ହେଉ ନାହିଁ। ଏନେଇ ଅଭିଯୋଗ କଲେ ଦୁର୍ବ୍ୟୁବହାର କରାଯାଉଛି। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ପାଲୁର ହିଲସ ନିକଟ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟରେ ହୋଇଥିବା କୋଭିଡ କେୟାର ସେଣ୍ଟରରୁ।
ଏହି କୋଭିଡ୍ କେୟାରରେ ୫୫୦ କରୋନା ଆକ୍ରାନ୍ତ ରହିଛନ୍ତି। ଏହି ସମସ୍ତଙ୍କ ପାଇଁ ଦୁଇଟି ଆକ୍ୱାଗାର୍ଡ ରହିଛି। ହେଲେ ଅଧିକାଂଶ ସମୟରେ ବିଦ୍ୟୁତ୍ କଟୁଥିବାରୁ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି। ଏଥିସହ ବହୁ ରୋଗୀଙ୍କର ଗରମ ପାଣିର ଯଥେଷ୍ଟ ଆଵଶ୍ୟକତା ରହିଛି, କିନ୍ତୁ ସେମାନଙ୍କ ଦାବି ସତ୍ତ୍ୱେ ପାଣି ଯୋଗାଇ ଦିଆଯାଉନାହିଁ। ଏଥିସହ ପାଇଖାନା ଓ ଗାଧୁଆ ଘର ଠିକ୍ ଭାବେ ସଫା କରାଯାଉ ନାହିଁ। ଏମିତିକି ଟ୍ୟାପରେ ପାଣି ଆସୁନାହିଁ। ଏହି ସେଣ୍ଟରରେ ବହୁ ଡାଇବେଟିସ ରୋଗୀ ଅଛନ୍ତି। ସେମାନେ ଖାଇବାକୁ ରୁଟି ଆବଶ୍ୟକ କରୁଛନ୍ତି, କିନ୍ତୁ ସେମାନଙ୍କୁ ରୁଟି ଦିଆଯାଉନାହିଁ। ସେହିଭଳି ଖାଇବା ପରେ ପ୍ଲେଟଗୁଡ଼ିକୁ ପକାଇବା ପାଇଁ କୌଣସି ଡ଼ଷ୍ଟବିନ ଦିଆଯାଇନାହିଁ। ମଇଳା ପ୍ଲେଟ ତଳେ ପଡ଼ିରହୁଛି। ତେଣୁ ମଶା ମାଛି ହେଉଥିବା ରୋଗୀମାନେ ଅଭିଯୋଗ କରିଛନ୍ତି।
ଏହି ଘଟଣା ଜିଲ୍ଲା ପ୍ରଶାସନର ନଜରକୁ ଆସିବା ପରେ ବ୍ରହ୍ମପୁରର ଅତିରିକ୍ତ ଉପଜିଲ୍ଲାପାଳ ସେଠାକୁ ଯାଇ ତଦନ୍ତ କରିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏନେଇ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।
ଏନେଇ ଜଣେ ଅଭିଯୋଗକାରୀ କହିଛନ୍ତି,“ ଏଠାରେ ଭଲ ଖାଇବା ଦିଆଯାଉ ନାହିଁ। ଅଳିଆ ଆବର୍ଜନା ପଡ଼ି ରହିଛି। ଏଇଟା କରୋନା କିୟୋର ହସ୍ପିଟାଲ କରିଛନ୍ତି ନା କରୋନା କ୍ରିଏଟ୍ ହସପିଟାଲ ।”
The post ‘ ଏଇଟା କରୋନା କିୟୋର ନା କରୋନା କ୍ରିଏଟ୍ ହସପିଟାଲ’; ଅବ୍ୟବସ୍ଥା ନେଇ ଏପରି କହିଲେ ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/38ZwO5e
No comments:
Post a Comment