ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ସମଗ୍ର ରାଜ୍ୟରେ ଆକ୍ରାନ୍ତ ଓ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଅଛନ୍ତି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯୦୨ରେ ପହଞ୍ଚି ସାରିଥିବା ବେଳେ ୬୭ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସେଥିମଧ୍ୟରୁ ବହୁ ଆଗ ଧାଡ଼ିର ଯୋଦ୍ଧା ବି ଆଖି ବୁଜୁଛନ୍ତି। କରୋନା ପରି ମହାମାରୀ ବିରୋଧରେ ଲଢ଼େଇ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି।
କରୋନାରେ ଆକ୍ରାନ୍ତ ହୋଇ ବିଏମ୍ସିର ଆସିଷ୍ଟାଣ୍ଟ ଇଂଜିନିୟର କୈଳାସ ଚନ୍ଦ୍ର ନାୟକଙ୍କ ମୃତ୍ୟୁ ଘଟିଛି । ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବ୍ରହ୍ମପୁର କମିଶନର । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭୁବନେଶ୍ୱର କିମ୍ସ ହସ୍ପିଟାଲରେ କୈଳାସ ଭର୍ତ୍ତି ହୋଇଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି ।
କୈଳାସ ଜଣେ ଭଲ ମଣିଷ ଥିଲେ । କରୋନା ଯୁଦ୍ଧରେ ତାଙ୍କର ବଳିଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ବିଏମ୍ସି କମିଶନର ଟ୍ୱିଟ୍ କରିଛନ୍ତି ।
The post ଗଞ୍ଜାମରେ ସ୍ଥିତି ସାଂଘାତିକ; ଆଖି ବୁଜିଲେ କରୋନା ଯୋଦ୍ଧା appeared first on Odisha Reporter.
from Odisha Reporter https://ift.tt/2EfDv87
No comments:
Post a Comment