ମାଲକାନଗିରି (ଜିତେନ୍ଦ୍ର ବେଉରା): ମହାମାରୀ କରୋନା କବଳରୁ ମୁକ୍ତି ପାଇବା ପାଇଁ ଭ୍ୟାକ୍ସିନ ପ୍ରସ୍ତୁତି ନିମନ୍ତେ ବିଭିନ୍ନ ଦେଶ ଲାଗି ପଡ଼ିଛନ୍ତି। ଏ ପର୍ଯ୍ୟନ୍ତ କେହି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ନ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା କ୍ଷିପ୍ର ବେଗରେ ବଢ଼ି ଚାଲିଛି। ଏପରି ସମୟରେ କରୋନା ଯେପରି ନ ଛୁଏଁ ସେଥି ଲାଗି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଏଠାରେ କରୋନା ଯେପରି ଛୁଇଁ ନ ପାରେ ସେଥି ନିମନ୍ତେ ପିଲାଙ୍କୁ ଦିଆଯାଉଛି ସଲପ ମଦ। ଏଭଳି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲାର ପଡ଼ିଆ ବ୍ଲକ୍ ପାର୍ସଲପାଲ୍ଲୀ ଗାଁରେ ଦେଖିବାକୁ ମିଳିଥିବା ବେଳେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।
ଛୋଟ ଛୋଟ ପିଲାଙ୍କୁ ଧାଡ଼ିରେ ବସାଇ ସଲପ ମଦ ପିଇବାକୁ ଦିଆଯାଉଥିବା ଭିଜୁଆଲ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡ଼ିଓରେ ୫୦ରୁ ଅଧିକ ପିଲା ଧାଡ଼ିରେ ବସି ମଦ ପିଉଛନ୍ତି। ତେବେ କରୋନା ନ ହେବାକୁ ଏଭଳି ସଲପ ମଦ ପିଲାଙ୍କୁ ଦିଆଯାଉଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଧାଡ଼ିରେ ବସି ମଦ ପିଉଥିବା ପିଲାଙ୍କ ବୟସ ୧୦ରୁ ୧୨ ବର୍ଷ ହେବ।
The post କରୋନା ନ ହେବା ପାଇଁ ପିଲାଙ୍କୁ ଦିଆଯାଉଛି ସଲପ ମଦ appeared first on Odisha Reporter.
from Odisha Reporter https://ift.tt/32KVNIm
No comments:
Post a Comment