ରାଜ୍ୟରେ ଆଉ ୪୬୯ କରୋନା ଆକ୍ରାନ୍ତ ଚିହ୍ନଟ, ୯ ହଜାର ପାର ହେଲା ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 4, 2020

ରାଜ୍ୟରେ ଆଉ ୪୬୯ କରୋନା ଆକ୍ରାନ୍ତ ଚିହ୍ନଟ, ୯ ହଜାର ପାର ହେଲା ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୯,୦୭୦ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୫,୯୩୪ ସୁସ୍ଥ ହୋଇଯାଇଥିବା ବେଳେ ୩,୦୯୦ ଜଣଙ୍କ ଚିକିତ୍ସା ଚାଲିଛି। ସେହିଭଳି ୩୬ ଜଣଙ୍କ ମୃତ୍ୟୁ ଘଟିଛି।

ଏହି ୪୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୫୨ଟି କେସ୍ ଲୋକାଲ୍ କଣ୍ଟାକ୍ଟସ୍‌।

ଏହି ନୂଆ କେସ୍‌ ମଧ୍ୟରେ ସବୁଠୁ ଅଧିକ ଅଛନ୍ତି ଗଞ୍ଜାମ ଜିଲ୍ଲାରେ। ଏହି ଜିଲ୍ଲାରୁ ୧୧୬ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୪ ଜଣ ଚିହ୍ନଟ ହୋଇଛନ୍ତି।


ଅନୁଗୋଳରୁ ୧୧ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୮, ଭଦ୍ରକରୁ ୧୬, ବଲାଙ୍ଗିରରୁ ୩, ଗଜପତିରୁ ୧୨, ଯାଜପୁରରୁ ୨୫, କଳାହାଣ୍ଡିରୁ ୨, କନ୍ଧମାଳରୁ ଜଣେଳ କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୨୫, ଖୋର୍ଦ୍ଧାରୁ ୨୭, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୬, ନବରଙ୍ଗପୁରର ୨, ନୟାଗଡ଼ରୁ ୨୪, ପୁରୀରୁ ୮, ସମ୍ବଲପୁରରୁ ୧୩ ଓ ସୁନ୍ଦରଗଡ଼ରୁ ୬୬ ଚିହ୍ନଟ ହୋଇଛନ୍ତି। ସେହିପରି ଏନ୍‌ଡିଆର୍‌ଏଫ୍‌ର ୪ ଜଣ ଯବାନ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଛନ୍ତି।

The post ରାଜ୍ୟରେ ଆଉ ୪୬୯ କରୋନା ଆକ୍ରାନ୍ତ ଚିହ୍ନଟ, ୯ ହଜାର ପାର ହେଲା ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/3e24P5O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages