ଗଲୱାନରୁ ପଛକୁ ହଟୁଛି କି ଚାଇନା? ସ୍ୟାଟେଲାଇଟରୁ ଆସିଲା ଏମିତି ଚିତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 7, 2020

ଗଲୱାନରୁ ପଛକୁ ହଟୁଛି କି ଚାଇନା? ସ୍ୟାଟେଲାଇଟରୁ ଆସିଲା ଏମିତି ଚିତ୍ର

ନୂଆଦିଲ୍ଲୀ: ଭାରତ ସହ ଲଦାଖଲର ଗଲୱାନରେ ତିକ୍ତତା ସୃଷ୍ଟି କରିଥିବା ଚାଇନା ଏବେ ନିଜର ଆଭିମୁଖ୍ୟ ବଦଳାଇଛି। ଦୀର୍ଘ ଦିନର ଆଲୋଚନା ପରେ ସୋମବାର ଠାରୁ ଚାଇନା ସେନା ଗଲୱାନ ଘାଟିର ବିବାଦୀୟ ଅଞ୍ଚଳକୁ ପଛକୁ ହଟିବା ପ୍ରକ୍ରିୟା ଆରମ୍ଭ କରିଛି।

ତେବେ ଏଥିରେ କେତେ ସତ୍ୟତା ରହିଛି, ତା’ର ସ୍ପଷ୍ଟ ଚିତ୍ର ସ୍ୟାଟେଲାଇଟ ଛବିରୁ ସ୍ପଷ୍ଟ ହୋଇଛି। ୧୯୬୨ ପରି ଚାଇନା ସେନା କିଛି ଭେଳିକି ଦେଖାଉଛି ନା ପ୍ରକୃତରେ ପଛକୁ ହଟୁଛି, ସେକଥା ସ୍ୟାଟେଲାଇଟ ଦ୍ୱାରା ଜଣାପଡ଼ିଛି।

ସାମ୍ନାକୁ ଆସିଥିବା ସ୍ୟାଟେଲାଇଟ ଛବିରୁ ଏହାକ ସ୍ପଷ୍ଟ ହୋଇଛି ଯେ ଜୁନ୍‌ ୧୫ରେ ଗଲୱାନ ଘାଟିର ଯେଉଁ ଅଞ୍ଚଳରେ ସଂଘର୍ଷ ହୋଇଥିଲା ସେଠାରୁ ଏବେ ଚାଇନା ସେନା ପଛକୁ ହଟି ଯାଇଛନ୍ତି। ଘଟଣା ସ୍ଥଳରୁ ପ୍ରାୟ ୧ କିମି ପଛକୁ ଚାଇନାର ଯବାନମାନେ ପଳାଇ ଯାଇଛନ୍ତି।

ଜୁଲାଇ ୬ରେ ଏହି ସ୍ଥାନରୁ ସ୍ୟାଟେଲାଇଟ୍‌ ଦ୍ୱାରା ଉଠା ଯାଇଥିବା ଛବିରୁ ଏହା ସ୍ପଷ୍ଟ ହୋଇଛି। ପିଏଲଏ ପକ୍ଷରୁ ପିପି ୧୪ ନିକଟରେ ଅସ୍ଥାୟୀ ସେନା ଶିବିର ସହ ଗାଡ଼ି ଓ ଯବାନମାନଙ୍କୁ ମୁତୟନ କରାଯାଇଥିଲା। ହେଲେ ଏବେ ଚାଇନିଜ୍‌ ଟ୍ରୁପ୍ସ ଏହାକୁ ହଟାଇ ଦେଇଛି। ମାକ୍ସର ଟେକ୍ନୋଲଜି ଦ୍ୱାରା ଘଟଣା ସ୍ଥଳର ଛବିକୁ ସ୍ୟାଟେଲାଇଟ ଦ୍ୱାରା ଉତ୍ତୋଳନ କରାଯାଇଥିଲା।

ଜୁନ୍‌ ୨୮ରେ ମଧ୍ୟ ଘଟଣା ସ୍ଥଳର ଛବି ଉଠା ଯାଇଥିଲା। ଏହି ସମୟରେ ଚାଇନା ପକ୍ଷରୁ ଘଟଣା ସ୍ଥଳରେ ଟେଣ୍ଟ ଠାରୁ ଆରମ୍ଭ କରି ବଡ଼ବଡ଼ ଗାଡ଼ି ଓ ଯବାନଙ୍କୁ ମୁତୟନ କରାଯାଇଥିଲା। ଦେଖିବାକୁ ମିଳିଥିଲା। ହେଲେ ଜୁଲାଇ ୬ରେ ଉଠାଇ ଯାଇଥିବା ଛବିରେ ଏସଗୁ ଘଟଣା ସ୍ଥଳକୁ ହଟି ଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚାଇନା ପଛକୁ ଘୁଞ୍ଚିଥିଲେ ମଧ୍ୟ ପିପି ୧୪କୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାମ ଜୋରସୋରରେ ଆରମ୍ଭ କରିଛି। ପୂର୍ବରୁ ବି ଏଠାରେ ରାସ୍ତା ଥିଲା। କିନ୍ତୁ ଗଲୱାନ ନଦୀର ପ୍ରଖର ସ୍ରୋତ ଯୋଗୁ ଏହା କ୍ଷତିଗ୍ରସ୍ତ ହୋଇଥିଲା। ତେଣୁ ଚାଇନା ସେନା ଏହାର ନିର୍ମାଣ କାମ ପୁଣି ଆରମ୍ଭ କରିଛି।

ସ୍ୟାଟେଲାଇଟ ଛବି ଅନୁଯାୟୀ, ଗଲୱାନର ଆଗୁଆ ଘାଟି ଅଞ୍ଚଳର ରାସ୍ତା ସ୍ପଷ୍ଟ ଭାବେ ଦେଖାଯାଉଛି। ତେବେ ଏହି ରାସ୍ତା ପୂରା ଖାଲି ହୋଇ ଯାଇଥିବା ବେଳେ କୌଣସି ଗାଡ଼ି ବା ଲୋକଙ୍କ ଉପସ୍ଥିତି ମଧ୍ୟ ନାହିଁ। ଜୁନ୍‌ ୧୫ରେ ଯେଉଁ ସ୍ଥାନରେ ସଂଘର୍ଷ ହୋଇଥିଲା ସେଠାରୁ ପ୍ରାୟ ୧ କିମି ଦୂର ଚାଇନିଜ୍‌ ସୀମାରେ ପିଏଲଲ ତା’ର ପ୍ରଥମ ଟେଣ୍ଟ ନିର୍ମାଣ କରିଛି।

ଚାଇନା ପଛକୁ ଘୁଞ୍ଚିଥିଲେ ମଧ୍ୟ ଭାରତୀୟ ସେନା ସ୍ଥିତି ଉପରେ ସଂପୂର୍ଣ୍ଣ ଭାବେ ନଜର ରଖିଥିବା କହିଛି। ସେହିପରି ଚାଇନା ଯଦି ବି କିଛି ହରକତ କରେ, ତା’ହେଲେ ଏହାର ଜବାବ ଦେବାକୁ ଭାରତୀୟ ଯବାନ ପ୍ରସ୍ତୁତ ରହିଥିବା ସେନା ପକ୍ଷରୁ କୁହାଯାଇଛି।

The post ଗଲୱାନରୁ ପଛକୁ ହଟୁଛି କି ଚାଇନା? ସ୍ୟାଟେଲାଇଟରୁ ଆସିଲା ଏମିତି ଚିତ୍ର appeared first on Odisha Reporter.



from Odisha Reporter https://ift.tt/2AENWRh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages