ଥିରୁଭନନ୍ତପୁରମ: କେରଳ ସରକାର ଆଜିଠାରୁ ଥିରୁଭନନ୍ତପୁରମ କର୍ପୋରେସନ ଲିଃରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟ୍ରିପଲ ଲକଡାଉନ ଲାଗୁ କରିଛନ୍ତି। ଏହା ଆଜି ସକାଳ ୬ଟାରୁ ଆରମ୍ଭ ହୋଇ ସପ୍ତାହେ ପର୍ଯ୍ୟନ୍ତ ଜାରି ରହିବ।
ଟ୍ରିପଲ ଲକଡାଉନ ସାଧାରଣ ଲକଡାଉନଠାରୁ ସଂପୂର୍ଣ୍ଣ ଭିନ୍ନ ବୋଲି କେରଳ ସରକାର କହିଛନ୍ତି। ଏହି ସମୟରେ କାହାକୁ ବି ବାହାରକୁ ଆସିବାକୁ ଅନୁମତି ମିଳିବ ନାହିଁ। ଯଦି କେହି ଅଯଥାରେ ବାହାରେ ବୁଲିବ, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଟ୍ରିପଲ ଲକଡାଉନ ବେଳେ କେବଳ ଜରୁରୀ ସେବାକୁ ହିଁ ଅନୁମତି ମିଳିବ। ସାଧାରଣ ପରିବହନ ଓ ଯାତାୟାତକୁ ସଂପୂର୍ଣ୍ଣ ଭାବେ ସପ୍ତାହ ଯାଏ ବନ୍ଦ କରାଯାଇଛି। ତେବେ ଜରୁରୀ ସାମଗ୍ରୀ ଦୋକାନ ଓ ହସ୍ପିଟାଲ ଖୋଲା ରହିବ। ଲୋକମାନେ ପ୍ରେସକ୍ରିପସନ ଦେଖାଇ ଔଷଧ ଦୋକାନକୁ ଯାଇ ପାରିବେ। ଆଉ କାହାକୁ ବି ଅନୁମତି ମିଳିବ ନାହିଁ। ରାଜ୍ୟ ସଚିବାଳୟ ଓ ସରକାରୀ ଅଫିସ ମଧ୍ୟ ବନ୍ଦ ରହିବ ବୋଲି ସରକାର କହିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ପୁଲିସ ମୁଖ୍ୟ ଲୋକନାଥ ବେହେରା କହିଛନ୍ତି, ଥିରୁଭନନ୍ତପୁରମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରାଯାଇଛି। କେବଳ ଜରୁରୀ ସେବାରେ ନିୟୋଜିତ ଗାଡ଼ିକଗୁଡ଼ିକୁ ଅନୁମତି ମିଳିବ। କର୍ପୋରେସନ ଲିଃ ମଧ୍ୟରେ କୌଣସି ପ୍ରକାରର ଗାଡ଼ି ଚଳାଚଳକୁ ଅନୁମତି ମିଳିବ ନାହିଁ ବୋଲି ସେ କହିଛନ୍ତି।
କଣ୍ଟେନମେଣ୍ଟ ଜୋନ ପାଇଁ ସରକାର ସ୍ୱତନ୍ତ୍ର ରଣନୀତି କରିଛନ୍ତି। ଏଠାରେ ନିୟମ କଡ଼ାକଡ଼ି ପାଳନ କରାଯିବ। ସେହିପରି ଫୁଡ୍ ଡେଲିଭରୀ ବୟମାନଙ୍କର କରୋନା ଟେଷ୍ଟ କରାଯିବ।
The post ଏହି ସ୍ଥାନରେ ଆଜିଠାରୁ ‘ଟ୍ରିପଲ ଲକଡାଉନ୍’ appeared first on Odisha Reporter.
from Odisha Reporter https://ift.tt/2Z6g7SF
No comments:
Post a Comment