ପୁଅକୁ ଦେଖିବାକୁ ଜିଦ୍‌ କରୁଛି ମା’, ଜଣାଇ ପାରୁ ନାହାନ୍ତି ପରିବାର ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 20, 2020

ପୁଅକୁ ଦେଖିବାକୁ ଜିଦ୍‌ କରୁଛି ମା’, ଜଣାଇ ପାରୁ ନାହାନ୍ତି ପରିବାର ଲୋକେ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ମା’ ଜାଣିନି ପୁଅ ଏବେ ଆର ପାରିରେ। ଯେଉଁ ପୁଅକୁ ସେ ବାଉଳି ହୋଇ ସକାଳୁ ରାତି ଯାଏ ଖୋଜୁଛି, ସେ ଯେ ଆଉ ଫେରିବନି ସେ କଥା ବୁଢ଼ି ମା’କୁ ଜଣାଇବାକୁ କାହାର ସାହସ ବି ନାହିଁ। ଏପରି ଦୁଃସମୟ ମଧ୍ୟରେ ଗତି କରୁଛନ୍ତି ବିଜୟ ମହାନ୍ତିଙ୍କ ପରିବାର।

ମୃତ୍ୟୁ ସହ ଦୀର୍ଘ ଦିନର ଲଢ଼େଇ ପରେ ଶେଷରେ ଗତକାଲି ଆଖି ବୁଜିଛନ୍ତି ଓଡ଼ିଆ ସିନେ ଜଗତର କିମ୍ବଦନ୍ତୀ ପୁରୁଷ ବିଜୟ ମହାନ୍ତି। ତାଙ୍କ ବିୟୋଗ ଖବର ଶୁଣି ରାଜ୍ୟବାସୀ  ସ୍ତବ୍ଧ ହୋଇଯାଇଥିବା ବେଳେ ଶୋକରେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ପରିବାର। ଏପରି ଘଡ଼ସନ୍ଧି ମୁହୂର୍ତ୍ତରେ ତାଙ୍କ ୯୫ ବର୍ଷୀୟା ମା’ଙ୍କୁ କିପରି ପୁଅ ମୃତ୍ୟୁ ଖବର ଜଣାଇବେ   ସେଥି ନିମନ୍ତେ ସାହସ ଜୁଟାଇ ପାରୁ ନାହାନ୍ତି ବିଜୟ ମହାନ୍ତିଙ୍କ ସାନ ଭାଇ ଅଜୟ ମହାନ୍ତି।

ଏଥିସହ ସେ କହିଛନ୍ତି, ମା’ ସବୁବେଳେ ବଡ଼ ଭାଇଙ୍କୁ ଖୋଜୁଛି, ଭାରି କାନ୍ଦୁଛି। ତାକୁ କିଛି ଜଣାଯାଇନାହିଁ। ପୁଅ ଯିବାର ଆଘାତ ସେ ସହି ପାରିବନି। ପୁଅକୁ  ଆଖି ପୂରାଇ ଦେଖିବାକୁ ମା’ ଜିଦ୍‌ ଧରୁଥିବା ବେଳେ ସେ ହାଇଦ୍ରାବାଦରେ ଥିବା କହି ବୁଝାଉଛନ୍ତି ପରିବାର ଲୋକେ। ହେଲେ ବିଜୟ ମହାନ୍ତି ହାଇଦ୍ରାବାଦରେ ଅସୁସ୍ଥ ହୋଇ ପଡ଼ିଥିବା ଖବର ମଧ୍ୟ ମା’ଙ୍କୁ ଆଜି ପର୍ଯ୍ୟନ୍ତ ଜଣାଇ ନାହାନ୍ତି ପରିବାର ଲୋକେ। ମା’ର ମାନସିକ ସ୍ଥିତି ଭଲ ରହୁ ନ ଥିବାରୁ ପୁଅ ଯିବାର ଶକ୍ତ ଆଘାତ ପାଇଲେ ହୁଏତ କିଛି ଘଟିଯାଇପାରେ ବୋଲି ଆଶଙ୍କାରେ ରହୁଛନ୍ତି ପରିବାର ଲୋକେ।

ବାଲେଶ୍ୱରରେ ନିଜ ମା’ ତଥା ପରିବାର ସହ ରହୁଥିବା ଅଜୟ ଗତ ରାତିରେ ବଡ଼ ଭାଇଙ୍କ ପରଲୋକ ଖବର ପ୍ରଥମେ ଟିଭିରୁ ହିଁ ପାଇଥିଲେ। ଭାଇ ଚାଲିଯିବା ଖବରକୁ ଏଯର୍ପ୍ୟନ୍ତ ସେ ବିଶ୍ୱାସ କରି ପାରୁ ନ ଥିବା ବେଳେ ଖୁବ ମାନସିକ ଆଘାତ ପାଇଥିବା କୋହଭରା କଣ୍ଠରେ କହିଛନ୍ତି।  ଏଥିସହ କହିଛନ୍ତି, ଭାଇ ଦୀର୍ଘ ଦିନ ଅସୁସ୍ଥ ଥିଲେ ମଧ୍ୟ ଧୀରେ ଧୀରେ ସୁସ୍ଥ ହେଉଥିଲେ। ହେଲେ ହଠାତ୍‌ ସେ ଆମକୁ ଛାଡ଼ି ଚାଲି ଗଲେ ଘଟଣାକୁ ବିଶ୍ୱାସ କରିପାରୁନି। ସେ କହିଛନ୍ତି, ସେ କେବଳ ମୋ ଭାଇ ନୁହେଁ, ମୋ ଘରର ମୁରବି ଥିଲେ। ମୁଁ ମୋ ଘରର ମୁରବିଙ୍କୁ ହରାଇଛି।

ଭାଇ ହାଇଦ୍ରାବାଦରୁ ଆସିବା ପରେ ପରିବାର ସହ ଯାଇ ଦେଖି ଆସିଥିଲୁ। ଏହାପରେ ଯେ, ତାଙ୍କୁ ଆଉ ଦେଖି ପାରିବିନି ତାହା ଭାବିବା ବେଳକୁ କଷ୍ଟ ଲାଗୁଛି।  ସେ କେବଳ ମୋ ବଡ଼ ଭାଇ ନ ଥିଲେ, ମୋତେ ଜୀବଦାନ ଦେଇଛନ୍ତି। ଥରେ ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଥିବା ବେଳେ ସେ ନିଜେ ସେବା କରି ସୁସ୍ଥ କରାଇଥିବା କହିଛନ୍ତି ଅଜୟ।

ସୂଚନାଯୋଗ୍ୟ, କେତେବେଳେ ହିରୋ, ତ କେତେବେଳେ ଭିଲେନ, ପୁଣି କେତେବେଳେ ହାସ୍ୟାଭିନେତା ତ କେତେବେଳେ ବାପା, ଭାଇର ଚରିତ୍ରକୁ ଜୀବନ୍ତ ଭାବେ ଫୁଟାଇ ପାରୁଥିଲେ ବିଜୟ। ତେଣୁ କେତେବେଳେ ତାଳି, ତ କେତେବେଳେ ଗାଳି, ପୁଣି କେତେବେଳେ ଅଜସ୍ର ଭଲ ପାଇବା ଅଜାଡ଼ି ଦେଉଥିଲେ ଦର୍ଶକ ଏହି ବର୍ଷୀୟାନ ଅଭିନେତାଙ୍କ ଉପରେ। ଭଲ ହୋଇଗଲେ ପୁଣି ଥରେ ମଞ୍ଚ କମ୍ପାଇବେ ବୋଲି ସାଙ୍ଗଙ୍କୁ ଦେଇଥିବା କଥା କିନ୍ତୁ କଥାରେ ରହିଗଲା। ଭଲ ହୋଇଯିବେ ବୋଲି ଦୃଢ ଇଚ୍ଛା ଥିଲେ ବି ସାଥ୍‌ ଦେଇ ନ ଥିଲା ଶରୀର। ମାସାଧିକ କାଳ ରୋଗ ଶଯ୍ୟାରେ ପଡ଼ି ଶେଷରେ ଗତ ରାତିରେ ଆଖି ବୁଜିଛନ୍ତି ଏହି କିମ୍ବଦନ୍ତୀ ଅଭିନେତା।

 

 

The post ପୁଅକୁ ଦେଖିବାକୁ ଜିଦ୍‌ କରୁଛି ମା’, ଜଣାଇ ପାରୁ ନାହାନ୍ତି ପରିବାର ଲୋକେ appeared first on Odisha Reporter.



from Odisha Reporter https://ift.tt/32FGMI6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages