ଜେନେଭା: ଭାରତରେ ଏବେ ଦ୍ରୁତଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ୪ରୁ ୫ ଦିନ ଭିତରେ ଏକ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଦେଶର ଆରୋଗ୍ୟ ହାର ମଧ୍ୟ ସେହି ଅନୁପାତରେ ବଢ଼ୁଛି। ବର୍ତ୍ତମାନ ସୁଦ୍ଧା ଦେଶରେ ଆରୋଗ୍ୟ ହାର ୬୩% ଛୁଇଁଲାଣି। ବିଶେଷ କରି ଅଧିକ ସଂଖ୍ୟକ ଲୋକ ରହୁଥିବା ଅଞ୍ଚଳ ଓ ବସ୍ତିରେ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ଅଧିକ ଫୋକସ କରି କରୋନାକୁ ନିୟନ୍ତ୍ରଣ କରିପାରିଛନ୍ତି।
ଏହିକ୍ରମରେ ମୁମ୍ବାଇର ଧରାବୀ ଅଞ୍ଚଳକୁ ଉଦାହରଣକୁ ନିଆଯାଇ ପାରେ। ଏଠାରେ ପ୍ରାୟ ୧୦ ଲକ୍ଷ ଲୋକ ରୁହନ୍ତି। ଏସିଆ ମହାଦେଶର ସବୁଠାରୁ ବଡ଼ ବସ୍ତି ହେଉଛି ଧରାବୀ। ଏଠାରେ କରୋନା ପ୍ରବେଶ କରିଥିଲା। ହେଲେ ସ୍ଥାନୀୟ ପ୍ରଶାସନ, ମହାରାଷ୍ଟ୍ର ସରକାର ଓ ଭାରତ ସରକାରଙ୍କ ଉଦ୍ୟମ ଯୋଗୁ ଏଠାରେ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେବା ପୂର୍ବରୁ ନିୟନ୍ତ୍ରିତ ହୋଇପାରିଛି।
ଭାରତର ଏଭଳି ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ପ୍ରଶଂସା କରିଛି। ହୁ’ର ମୁଖ୍ୟ ଟେଡ୍ରୋସ ଆଧନୋମ ଘେବ୍ରିୟସ କହିଛନ୍ତି, “ବର୍ତ୍ତମାନ ଦେଶରେ ୧୨ ମିଲିୟନରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେଲେଣି। ଗତ ୬ ସପ୍ତାହ ହେଲାଣି ଦୁଇ ଗୁଣରୁ ଅଧିକ ମାମଲା ପ୍ରତିଦିନ ରେକର୍ଡ ହେଉଛି। କିନ୍ତୁ ବିଶ୍ୱରେ ଏମିତି କିଛି ସ୍ଥାନ ରହିଛି ଯେଉଁଠାରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇଥିଲେ ହେଁ ଉଚିତ ପଦକ୍ଷେପ ଯୋଗୁ ଏହାକୁ ନିୟନ୍ତ୍ରଣ କରାଯାଇ ପାରିଛି।
ଉଦାହରଣ ଭାବେ ଆମେ ଇଟାଲୀ, ସ୍ପେନ ଓ ଦକ୍ଷିଣ କୋରିଆକୁ ନେଇପାରିବା। ସେହିପରି ମୁମ୍ବାଇର ଧରାବୀରେ କରୋନାକୁ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ବେଶ ପ୍ରଶଂସାଯୋଗ୍ୟ। ଏହା ଏକ ଜନବହୁଳ ଅଞ୍ଚଳ ହୋଇଥିବା ବେଳେ ଏଠାରେ କରୋନା ହୁହୁ ହୋଇ ମାଡ଼ୁଥିଲା। କିନ୍ତୁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି।
ଟେଷ୍ଟି, ଟ୍ରେସିଂ, ଆଇସୋଲେସନ ଓ ଟ୍ରିଟମେଣ୍ଟ ଯୋଗୁ ସଂକ୍ରମଣର ଚେନ୍କୁ ରୋକା ଯାଇପାରିଛି। ଏହି ସବୁ କଥା ଠିକ୍ ଭାବେ ପାଳନ କଲେ ଆମେ ନିଶ୍ଚିତ କରୋନାକୁ ମୁକାବିଲା କରିପାରିବା।”
ହୁ’ର ଏଭଳି ପ୍ରଶଂସା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ମନ୍ତ୍ରୀ ଆଦିତ୍ୟ ଠାକରେ ବେଶ ଖୁସି ବ୍ୟକ୍ତ କରିଛନ୍ତି। ଏଥିସହ ସେ ବ୍ରିହାନ ମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ(ବିଏମସି)କୁ ପ୍ରଶଂସା କରିଛନ୍ତି।
The post ଧରାବୀ ପାଇଁ ଭାରତକୁ ହୁ’ର ପ୍ରଶଂସା appeared first on Odisha Reporter.
from Odisha Reporter https://ift.tt/300Dgoy
No comments:
Post a Comment