ଚାଇନା ଉପରେ ଭାରତର ଅର୍ଥନୀତିକ ଷ୍ଟ୍ରାଇକ: ଲାଗୁ ହେଲା ନୂଆ କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 23, 2020

ଚାଇନା ଉପରେ ଭାରତର ଅର୍ଥନୀତିକ ଷ୍ଟ୍ରାଇକ: ଲାଗୁ ହେଲା ନୂଆ କଟକଣା

ନୂଆଦିଲ୍ଲୀ: ଡିଜିଟାଲ ଷ୍ଟ୍ରାଇକ ପରେ ଭାରତ ସରକାର ଚାଇନା ଉପରେ ଅର୍ଥନୀତିକ ଷ୍ଟ୍ରାଇକ କରିଛନ୍ତି। ଚାଇନା ସହ ସୀମା ବିବାଦ ଚରମ ସୀମାରେ ପହଞ୍ଚି ଥିବା ବେଳେ ଭାରତ ସରକାର ଗୁରୁବାର ବିଳମ୍ବିତ ରାତିରେ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଚାଇନା ଓ ତା’ର ବନ୍ଧୁ ପାକିସ୍ତାନକୁ ସାବାଡ୍‌ କରିବା ପାଇଁ ଭାରତ ସରକାର ନୂଆ କଟକଣା ଲାଗୁ କରିବାକୁ ଘୋଷଣା କରିଛନ୍ତି।

ଭାରତ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ପାକିସ୍ତାନ ଓ ଚାଇନାର କୌଣସି ସଂସ୍ଥା ଭାରତରେ କୌଣସି ସରକାରୀ ପ୍ରକଳ୍ପରେ ଭାଗ ନେଇପାରିବେ ନାହିଁ। ଭାରତର କୌଣସି ସରକାରୀ ବା ରାଷ୍ଟ୍ରାୟତ୍ତ ସଂସ୍ଥାକୁ ସେମାନେ ସାମଗ୍ରୀ କିମ୍ବା ଅନ୍ୟାନ୍ୟ ସେବା ମଧ୍ୟ ଯୋଗାଇ ପାରିବେ ନାହିଁ। ତେବେ ନିଷ୍ପତ୍ତି ବେଳେ ଭାରତ ସରକାର ଚାଇନା କିମ୍ବା ପାକିସ୍ତାନର ନାଁ ଧରି ନାହାନ୍ତି।

ଭାରତ ସରକାର କହିଛନ୍ତି ଯେ ନୂଆଦିଲ୍ଲୀର ସୀମା ସହ ଲାଗି ରହିଥିବା ରାଷ୍ଟ୍ରଗୁଡ଼ିକ ପାଇଁ ନୂଆ ବ୍ୟବସାୟିକ ନିୟମ ଜାରି କରାଯାଇଛି। ଭାରତରେ ବ୍ୟବସାୟ କିମ୍ବା ପ୍ରକଳ୍ପ କାମରେ ସାମିଲ ହେବାକୁ ଥିବା ରାଷ୍ଟ୍ରଗୁଡ଼ିକୁ ସେତେବେଳେ ଅନୁମତି ମିଳିବ ଯେତେବେଳେ ସେମାନେ ସ୍ୱୀକୃତି ପ୍ରାପ୍ତ ଅଧିକାରୀଙ୍କ ପାଖରେ ନିଜର ପଞ୍ଜୀକରଣ କରାଇବେ।

ପଞ୍ଜୀକରଣ କମିଟିକୁ Promotion of Industry and Internal Trade ବିଭାଗ ପକ୍ଷରୁ ଗଠନ କରାଯାଇଛି। ପଡ଼ୋଶୀ ଦେଶର କମ୍ପାନୀଗୁଡ଼ିକ ପାଇଁ ବୈଦେଶିକ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଠାରୁ ମଧ୍ୟ ଅନୁମତିପତ୍ର ନେବାକୁ ପଡ଼ିବ। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଭାରତ ସରକାର ଯେକୌଣସି ଦେଶର କମ୍ପାନୀ ଉପରେ କଟକଣା ଲଗାଇ ପାରିବେ। ତେବେ ଡିସେମ୍ବର ୩୧ ଯାଏ ମେଡିକାଲ ସପ୍ଲାଏ ଉପରେ କୌଣସି କଟକଣା ଲାଗୁ ହେବନାହିଁ। ଏଥିପାଇଁ ଭାରତ ସରକାର ଜେନେରାଲ ଫାଇନାନ୍ସ ରୁଲ୍ସ-୨୦୧୭ରେ ସଂଶୋଧନ କରିଛନ୍ତି।

ଜଣେ ସରକାରୀ ଅଧିକାରୀ କହିଛନ୍ତି, ଭାରତର କୌଣସି ସରକାରୀ ବା ସରକାରଙ୍କ ଅଧୀନର ଚାଲୁଥିବା କିମ୍ବା ଆରମ୍ଭ ହେବାକୁ ଥିବା କୌଣସି ପ୍ରକଳ୍ପ‌ କାମରେ ଚାଇନା ଓ ପାକିସ୍ତାନ କଂପାନୀ ସାମିଲ ହୋଇପାରିବେ ନାହିଁ। ସେହିପରି ଯେଉଁ କମ୍ପାନୀଗୁଡ଼ିକ ସରକାରଙ୍କ ଠାରୁ ଆର୍ଥିକ ସହାୟତା ପାଉଛନ୍ତି ସେମାନେ ମଧ୍ୟ ଚାଇନା ଓ ପାକିସ୍ତାନର କଂପାନୀ ସହିତ କାରବାର କରିପାରିବେ ନାହିଁ।

ଏହି ନୂଆ କଟକଣା ପାଳନ କରିବା ଲାଗି ସମସ୍ତ ରାଜ୍ୟ ସରକାରମାନଙ୍କୁ ମଧ୍ୟ କୁହାଯାଇଛି। କିନ୍ତୁ ଘରୋଇ କଂ‌ପାନୀ ଗୁଡ଼ିକ ଉପରେ ଏହି କଟକଣା ଲାଗୁ ହେବନାହିଁ। ସେମାନେ ଚାହିଁଲେ ଚାଇନା ଓ ପାକିସ୍ତାନ କମ୍ପାନୀଗୁଡ଼ିକ ସହ ମିଶି ନିଜର ପ୍ରକଳ୍ପ କାମ କରିପାରିବେ। ତେବେ ଏଥିପାଇଁ ସରକାରଙ୍କ ଠାରୁ ଅନୁମତି ଆଣିବାକୁ ପଡ଼ିବ। ସରକାରଙ୍କ ଅନୁମତି ପରେ ଯାଇ ଚାଇନା କମ୍ପାନୀଗୁଡ଼ିକ ଭାରତରେ ଘରୋଇ କମ୍ପାନୀଗୁଡ଼ିକ ସହ ମିଳିତ ଭାବେ କାମ କରିପାରିବେ। କେବଳ ସାମଗ୍ରୀ କିଣା କିମ୍ବା ସେବା ନୁହେଁ, କସଲଟାଣ୍ଟ ଓ ନନ୍‌ କନସଲଟାଣ୍ଟ ସର୍ଭିସ ଓ କାମ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ।

ଉଭୟ ପାକିସ୍ତାନ ଓ ଚାଇନା ସହ ଭାରତର ସୀମା ବିବାଦ ଲାଗି ରହିଛି। ସୀମାରେ ଶାନ୍ତି ଫେରାଇ ଆଣିବା ପାଇଁ ଭାରତ ଓ ଚାଇନା ଆଲୋଚନା ମଧ୍ୟ କରୁଛନ୍ତି। ହେଲେ ଚାଇନା ବାରମ୍ବାର ଧୋକା ଦେଉଥିବାରୁ ଭାରତ ସରକାର ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

The post ଚାଇନା ଉପରେ ଭାରତର ଅର୍ଥନୀତିକ ଷ୍ଟ୍ରାଇକ: ଲାଗୁ ହେଲା ନୂଆ କଟକଣା appeared first on Odisha Reporter.



from Odisha Reporter https://ift.tt/30FjrDH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages