ଯାଜପୁର(ଗୁଲାମ ଗସ୍): ଯାଜପୁର ଜିଲ୍ଲାରେ ଜଣେ ବିଚାରଧୀନ କଏଦୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାଜପୁର ଉପକାରାଗାରରେ ଥିବା ବିଚାରଧୀନ କଏଦୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । କଏଦୀଜଣକ ଅଣ ଓଡିଆ ହୋଇଥିବାବେଳେ ପତ୍ନୀକୁ ହତ୍ୟା ଅଭିଯୋଗରେ ବିଂଝାରପୁର ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।
କଏଦୀଙ୍କ ସ୍ୱାବ ସଂଗ୍ରହ ହୋଇଥିବାବେଳେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ଆକ୍ରାନ୍ତଜଣଙ୍କୁ କୋଭିଡ଼ କେୟାରକୁ ପଠାଯାଇଛି । ଅନ୍ୟପଟେ ଏହି ଘଟଣା ପରେ ବିଂଝାରପୁର ଥାନାର ୨୨ ଜଣ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଛି। ଅତି ଜରୁରୀ କାମ ନଥିଲେ ଥାନାକୁ ନଆସିବାକୁ କୁହାଯାଇଛି । ଏଥିସହିତ ସବଜେଲ୍ ଓ ଥାନାକୁ ସାନିଟାଇଜ କରାଯାଇଛି।
The post ବିଚାରଧୀନ କଏଦୀ କୋରୋନାରେ ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/3eiH3CH
No comments:
Post a Comment