କୋରାପୁଟ(ସୂର୍ଯ୍ୟ ପଣ୍ଡା): କରୋନା ଯୋଗୁ ପିଲାଙ୍କ ପାଠପଢ଼ା ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ୪ ମାସରୁ ଊର୍ଦ୍ଧ୍ୱ ସମୟ ହେଲାଣି ଛାତ୍ରଛାତ୍ରୀ ସ୍କୁଲ, କଲେଜ ଯାଇ ପାରୁ ନାହାନ୍ତି। ଫଳରେ ଘରେ ରହି ଅନ୍ଲାଇନ୍ରେ ପାଠ ପଢ଼ୁଛନ୍ତି। ଏପରି ସମୟରେ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ସେମାନଙ୍କ ମନୋବଳ ବଢ଼ାଇବା ସହ ପାଠ ପଢ଼ା ସମ୍ପର୍କରେ ବୁଝିଛନ୍ତି କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ଆଇ. ରାମବ୍ରହ୍ମମ।
କୋରାପୁଟ ଜିଲ୍ଲାର ଜୟପୁର ସହରରେ ଥିବା ବିଭିନ୍ନ ଛାତ୍ରଛାତ୍ରୀଙ୍କ ଘରକୁ ଘର ବୁଲି କୁଳପତି ପାଠ ପଢ଼ା ସମ୍ପର୍କରେ ପଚାରି ବୁଝିଛନ୍ତି । ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ନେଇ କିପରି ପ୍ରସ୍ତୁତ ରହିଛନ୍ତି, କେଉଁ କେଉଁ ବିଷୟରେ ପ୍ରସ୍ତୁତ କରିବା ଦରକାର ସେ ସମ୍ପର୍କରେ ଖୋଦ୍ ଭିସି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହାସହ କରୋନା ସମୟରେ ମନୋବଳ ଦୃଢ଼ କରିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଛନ୍ତି । ମୌଳିକ ସୁବିଧା ନଥିବା ଛାତ୍ରଛାତ୍ରୀ କିପରି ଏହି ସମୟରେ ନିଜକୁ ପ୍ରସ୍ତୁତ କରିବେ ସେ ନେଇ ବି ବୁଝାଇଛନ୍ତି ।
The post ଛାତ୍ରଛାତ୍ରୀଙ୍କ ଘର ବୁଲିଲେ କୁଳପତି, ପାଠ ପଢ଼ା ବୁଝିଲେ appeared first on Odisha Reporter.
from Odisha Reporter https://ift.tt/2CCeIdx
No comments:
Post a Comment