ପୁରୀ(ଓଡ଼ିଶା ରିପୋର୍ଟର): ରଥଯାତ୍ରାରେ ସଂପୃକ୍ତ ସେବାୟତଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଛି। ସେମାନଙ୍କୁ ଛାଡ଼ି ଅନ୍ୟ ସମସ୍ତ ସେବାୟତଙ୍କର ରିପୋର୍ଟ ନେଗେଟିଭ ଆସିଛି । ରଥଯାତ୍ରାରେ ସଂପୃକ୍ତ ୨୬୩୬ ଜଣ ସେବାୟତଙ୍କର ସ୍ୱାବ୍ ପରୀକ୍ଷା ପୂର୍ବରୁ ହୋଇଥିଲା। ପଜିଟିଭ ବାହାରିଥିବା ୨ ସେବାୟତଙ୍କୁ ଏବେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ପୁରୀରେ କଟକଣାଯୁକ୍ତ ରଥଯାତ୍ରା ନିମନ୍ତେ ସୁପ୍ରିମକୋର୍ଟ ଶେଷ ମୁହୂର୍ତ୍ତରେ ଅନୁମତି ଦେଇଥିବା ବେଳେ ସ୍ୱାସ୍ଥ୍ୟ ସମସ୍ୟା ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ମଧ୍ୟ ଚେତାଇ ଦେଇଥିଲେ। ଏପରି କିଛି ସମସ୍ୟା ଉପୁଜିଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ଦାୟୀ ରହିବେ ବୋଲି ସୁପ୍ରିମକୋର୍ଟ ଉଲ୍ଲେଖ କରିଥିଲେ।
ଏହାକୁ ଆଖି ଆଗରେ ରଖି ରଥଯାତ୍ରା ସମୟରେ ମହାମାରୀ ସଂକ୍ରମଣକୁ ରଥ ଯାତ୍ରାରେ ସାମିଲ ସେବାୟତ ବ୍ୟତୀତ ପୁଲିସ୍, ସଫେଇ କର୍ମଚାରୀଙ୍କର ବି କୋଭିଡ ଟେଷ୍ଟ କରାଯାଇଥିଲା। ରଥ ଯାତ୍ରାରେ ସାମିଲ ହୋଇଥିବା ୫ ହଜାର ବ୍ୟକ୍ତିଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଅଢେଇ ହଜାର ସେବାୟତଙ୍କର ୨ ରାଉଣ୍ଡ କୋଭିଡ୍ ଟେଷ୍ଟ କରାଯାଇଥିଲା। ଏହାବ୍ୟତୀତ ସଂପୂର୍ଣ୍ଣ ପୁରୀ ସହରକୁ ସାନିଟାଇଜ୍ କରାଯାଇଥିଲା।
ଏବେ ୨ ସେବାୟତଙ୍କ ରିପୋର୍ଟ ପଜିଟିଭ ଆସିବା ଜଣାପଡ଼ିବା ପରେ ପ୍ରଶାସନର ଚିନ୍ତା ବଢ଼ି ଯାଇଛି। ଉଭୟଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ବେଳେ ସେମାନେ କାହା ସଂସ୍ପର୍ଶରେ ଆସିଛନ୍ତି ତାହାର ଖୋଳତାଡ଼ ଚାଲିଛି।
The post ରଥଯାତ୍ରାରେ ସାମିଲ ୨ ସେବାୟତଙ୍କୁ କରୋନା appeared first on Odisha Reporter.
from Odisha Reporter https://ift.tt/39jqvtt
No comments:
Post a Comment