ବିଭିନ୍ନ ଐତିହ୍ୟ ଖୋଲିବ, କିନ୍ତୁ ତାଜ ମହଲ ଖୋଲିବନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 5, 2020

ବିଭିନ୍ନ ଐତିହ୍ୟ ଖୋଲିବ, କିନ୍ତୁ ତାଜ ମହଲ ଖୋଲିବନି

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ଦୀର୍ଘ ୧୦୦ ଦିନ ହେଲା ବନ୍ଦ ଥିବା ବିଭିନ୍ନ ଐତିହ୍ୟ କୀର୍ତ୍ତିରାଜି ଆଜିଠାରୁ ଖୋଲିବାକୁ ପ୍ରତ୍ନତତ୍ତ୍ୱ ବିଭାଗ ଅନୁମତି ଦେଇଛି। ତେବେ ଭାରତର ପ୍ରସିଦ୍ଧ ତାଜ ମହଲ ପୂର୍ବଭଳି ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ।

ଆଗ୍ରାର ତାଜମହଲ କଣ୍ଟେନମେଣ୍ଟ ଜୋନରେ ଥିବାରୁ ଏହାକୁ ନ ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଏହାବାଦ ଆଗ୍ରାର ସିକନ୍ଦର, ଇତାମତୁଡୌଲା, ଫତେପୁର ସିକରି, ଆଗ୍ରା ଫୋର୍ଟ ମଧ୍ୟ ଆଜି ଖୋଲିବ ନାହିଁ। ସେହିପରି ଆହ୍ଲାବାଦ, ବାରାଣସୀ ଓ ହାଇଦ୍ରାବାଦରେ ଥିବା ଏକାଧିକ ଐତିହ୍ୟ ସ୍ଥଳୀ ମଧ୍ୟ ବନ୍ଦ ରହିବ।

ଅନ୍ୟପକ୍ଷରେ ଦେଶରେ ବିଭିନ୍ନ ପ୍ରାନ୍ତରେ ପର୍ଯ୍ୟଟନସ୍ଥଳ ଗୁଡ଼ିକ ସର୍ବସାଧାରଣଙ୍କ ପାଇଁ ଖୋଲୁଥିଲେ ମଧ୍ୟ ସେଠାରେ କରୋନା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ପର୍ଯ୍ୟଟକଙ୍କୁ ପର୍ଯ୍ୟାୟକ୍ରମେ ଭିତରକୁ ଛଡ଼ାଯିବ। ପର୍ଯ୍ୟଟନସ୍ଥଳ ଗୁଡ଼ିକ ମଧ୍ୟରେ କେବଳ ଡିଜିଟାଲ ପେମେଣ୍ଟକୁ ଅନୁମତି ଦିଆଯାଇଛି। ପାଣି ବୋତଲକୁ ଛାଡ଼ି ଅନ୍ୟ ସମସ୍ତ ଖାଦ୍ୟ ପାନୀୟ ଉପରେ ରୋକ ଲଗାଯାଇଛି।

ଜୁଲାଇ ୨ ତାରିଖରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଟ୍ୱିଟ କରି ଏସଆଇ ଦ୍ୱାରା ପରିଚାଳିତ ଐତିହାସିକ କୀର୍ତ୍ତିରାଜି ଗୁଡ଼ିକ ଜୁଲାଇ ୬ରୁ ଖୋଲିବ ବୋଲି ସୂଚନା ଦେଇଥିଲେ।

The post ବିଭିନ୍ନ ଐତିହ୍ୟ ଖୋଲିବ, କିନ୍ତୁ ତାଜ ମହଲ ଖୋଲିବନି appeared first on Odisha Reporter.



from Odisha Reporter https://ift.tt/2C7CJck

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages