କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ସହରକୁ ଆଜିଠୁ ସପ୍ତାହେ ପାଇଁ ଜିଲ୍ଲାପାଳ ଶଟ୍ଡାଉନ୍ ଘୋଷଣା କରିଛନ୍ତି।। ବଡ଼ବିଲରୁ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଶଟ୍ଡାଉନ୍ ସମୟରେ ମାର୍କେଟ କଂପଲେକ୍ସ ବନ୍ଦ ରହିବ। ହେଲେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ। ଚିହ୍ନଟ ହୋଇଥିବା ସମସ୍ତ ୧୧ ଆକ୍ରାନ୍ତ ଲୋକାଲ୍ କେସ୍ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଜିଲ୍ଲାପାଳ କହିଛନ୍ତି, “ଆଜି ଜିଲ୍ଲାରେ ଆଉ ୨୫ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବିଡବିଲରୁ ୧୧ଟା ଲୋକାଲ୍ କଣ୍ଟାକ୍ କେସ୍ ରହିଛି। ଆଉ ୧୪ ଜଣ ପ୍ରବାସୀ ରହିଛନ୍ତି। ୧୩ ଜଣ ଟିମ୍ସିରେ ଥିବା ବେଳେ ଜଣେ ହୋମ୍ କ୍ୱାରରେଣ୍ଟାଇନ୍ରେ ଥିଲେ। ବଡବିଲ ସହରରକୁ ଆମେ ଶଟ୍ଡାଉନ୍ କରୁଛୁ। ଆଗାମୀ ୭ ଦିନ ଯାଏ ଏହି ଶଟ୍ଡାଉନ୍ ରହିବ। ଏଥିସହ ବଡିବିଲ ସହରରେ କଣ୍ଟାକ୍ଟ ଟ୍ରେସିଂ ଓ ସାମ୍ପଲ୍ ସଂଗ୍ରହ ଜୋରଦାର ଚାଲିଛି।”
ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୨ରେ ପହଞ୍ଚିଛି। ସେଥିମଧ୍ୟରୁ ୮୧ ଜଣ ବିଭିନ୍ନ କୋଭିଡ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଥିସହ ୧୦୧ ଜଣ ସୁସ୍ଥ ହୋଇଛନ୍ତି।
The post ବଡ଼ବିଲ୍ ସପ୍ତାହେ ଶଟ୍ଡାଉନ୍ appeared first on Odisha Reporter.
from Odisha Reporter https://ift.tt/2BxDOu6
No comments:
Post a Comment