ନୂଆଦିଲ୍ଲୀ: ପୂର୍ବ ଲଦାଖର ପଙ୍ଗୋଙ୍ଗ ହ୍ରହ ନିକଟରେ ଡେରା ପକାଇ ବସିଥିବା ଚାଇନିଜ୍ ସୈନ୍ୟମାନଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି। ଚାଇନା ପକ୍ଷରୁ ଏହି ହ୍ରଦ ନିକଟରେ ବିପୁଳ ସଂଖ୍ୟାରେ ଯବାନ ମୁତୟନ କରାଯାଇଥିଲା। କିନ୍ତୁ ଏବେ ଏହି ସଂଖ୍ୟା ହ୍ରାସ ପାଇଥିବା ଜଣାପଡ଼ିଛି।
ଗଲୱାନ ଘାଟି ଓ ଗୋଗ୍ରା ହଟ୍ ସ୍ପ୍ରିଙ୍ଗସ ନିକଟରେ ଯେଉଁଭଳି ଚାଇନାର ଯବାନମାନେ ପଛକୁ ଘୁଞ୍ଚିଛନ୍ତି, ଏଠାରେ କିନ୍ତୁ ସେଭଳି କିଛି ଦେଖାଯାଇନାହିଁ। ପଙ୍ଗୋଙ୍ଗ ଠାରେ କେବଳ ଚାଇନା ଯବାନଙ୍କ ସଂଖ୍ୟା ହ୍ରାସ କରିଛି।
ସୂତ୍ର ଅନୁସାରେ ପଙ୍ଗୋଙ୍ଗର ଉତ୍ତର ଭାଗରେ ଥିବା ଫିଙ୍ଗର ୪ ଓ ପିଙ୍ଗର ୫ରୁ ଯେତେବେଳେ ଚାଇନା ସଂପୂର୍ଣ୍ଣ ଭାବେ ସେନା ପ୍ରତ୍ୟାହାର କରିବ ସେତେବେଳେ ହିଁ ଉତ୍ତେଜନା ହ୍ରାସ ନେଇ ହୋଇଥିବା ଯୋଜନାର ପ୍ରଥମ ପର୍ଯ୍ୟାୟ ଶେଷ ହେବ ବୋଲି ଧରାଯିବ। ପିଏଲଏ ଫିଙ୍ଗର ୪ରୁ କିଛି ଟେଣ୍ଟ, ଗାଡ଼ି ଓ ଯବାନଙ୍କ ସଂଖ୍ୟା ହ୍ରାସ କରିଛି। ହେଲେ ଉକ୍ତ ସ୍ଥାନକୁ ସଂପୂର୍ଣ୍ଣ ଭାବେ ଖାଲି କରିନାହିଁ।
ଚାଇନାର ଏଭଳି କାର୍ଯ୍ୟକଳାପ ଉପରେ ଭାରତୀୟ ସେନା ତୀକ୍ଷ୍ଣ ନଜର ରଖିଥିବା କହିଛି। ଚାଇନାର ମୁକାବିଲା ପାଇଁ ଆର୍ମି, ଆଇଟିବିପି ଓ ଲଦାଖ ପ୍ରଶାସନ ପକ୍ଷରୁ ମିଳିତ ବୈଠକ କରାଯାଇଛି।
The post ପଙ୍ଗୋଙ୍ଗ ହ୍ରଦରୁ ଯବାନଙ୍କ ସଂଖ୍ୟା ହ୍ରାସ କଲା ଚାଇନା, କିନ୍ତୁ… appeared first on Odisha Reporter.
from Odisha Reporter https://ift.tt/2ZPDmPY
No comments:
Post a Comment