ଦିଲ୍ଲୀରେ ୩ ବର୍ଷ ଗଭୀର ତପସ୍ୟା କରିଥିଲେ ବିଜୟ ମହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 20, 2020

ଦିଲ୍ଲୀରେ ୩ ବର୍ଷ ଗଭୀର ତପସ୍ୟା କରିଥିଲେ ବିଜୟ ମହାନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତିଙ୍କର ଗତକାଲି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ପ୍ରାୟ ଦୁଇ ମାସ ଧରି ଅସୁସ୍ଥ ରହିବା ପରେ ଶେଷରେ ଗତକାଲି ସନ୍ଧ୍ୟାରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ।

୧୯୭୭ରେ ‘ଚିଲିକା ତୀରେ’ ଫିଲ୍ମ ମାଧ୍ୟମରେ ଓଲିଉଡ୍‌ରେ ପାଦ ଥାପି ଥିଲେ ବିଜୟ ମହାନ୍ତି। ଦେଢ଼ଶହରୁ ଅଧିକ ଫିଲ୍ମରେ ସେ ଅଭିନୟ କରିଥିଲେ। ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ।

ଆପଣମାନେ ତ ଜାଣିଥିବେ ବିଜୟ ମହାନ୍ତି ଦିଲ୍ଲୀ ସ୍ଥିତ ନ୍ୟାଶ୍‌ନାଲ୍ ସ୍କୁଲ୍ ଅଫ୍ ଡ୍ରାମା (ଏନ୍‌ଏସ୍‌ଡି)ର ଛାତ୍ର ଥିଲେ। ଆଉ ସେଠାରେ ନଶିରୁଦ୍ଦିନ୍ ଶାହ ଓ ସ୍ୱର୍ଗତ ଓମ୍‌ ପୁରୀ ପ୍ରମୁଖ ତାଙ୍କର ସହପାଠୀ ଥିଲେ। ଅଭିନୟର ବିଭିନ୍ନ ଦିଗ ପ୍ରତି ତାଙ୍କର ଶିକ୍ଷାଲାଭ କରିବାର ଏତେ ଆଗ୍ରହ ଥିଲେ ଯେ, ସେ ସେଠାରେ ଏକ ପ୍ରକାର ତପସ୍ୟା ସ୍ତରକୁ ଚାଲି ଯାଇଥିଲେ।

‘ଓଟିଭି’ର ‘ଗପସପ’ କାର୍ଯ୍ୟକ୍ରମକୁ ଥରେ ଅତିଥି ଭାବେ ଆସିଥିବା ଅବସରରେ ବିଜୟ ମହାନ୍ତି କହିଥିଲେ ଯେ, ଦିଲ୍ଲୀରେ ସେ ୩ ବର୍ଷ ରହିଥିଲେ। ଅବସର ସମୟରେ ତାଙ୍କ ସାଙ୍ଗମାନେ ଦିଲ୍ଲୀର ବିଭିନ୍ନ ସ୍ଥାନ ବୁଲିବା ପାଇଁ ଯାଉଥିଲେ। କିନ୍ତୁ ସେ କୁଆଡ଼େ ବି ବୁଲିବାକୁ ଯାଉ ନଥିଲେ। ସେହି ତିନି ବର୍ଷ ସେ ତାଙ୍କ ଶିକ୍ଷାନୁଷ୍ଠାନ ଓ ଛାତ୍ରାବାସ ଛଡ଼ା କୁଆଡ଼େ ବି ଯାଇ ନଥିଲେ କି ତୃତୀୟ ସ୍ଥାନ ଦେଖି ନଥିଲେ। ସେଠାରେ ତାଙ୍କ ପାଇଁ ପାଠପଢ଼ାର ଅର୍ଥ ଥିଲା ଗଭୀର ତପସ୍ୟା। ସେତେବେଳେ ସେ ଯେଉଁ ସାଧନା କରିଥିଲେ, ତାହା ତାଙ୍କୁ ପ୍ରସିଦ୍ଧି ଦେଇଛି ବୋଲି ବିଜୟ କହିଥିଲେ।

ଏନ୍‌ଏସ୍‌ଡିରେ ପଢ଼ିବା ପାଇଁ ବିଜୟଙ୍କୁ ତାଙ୍କର ଜଣେ ବଡ଼ ଭାଇ ପ୍ରସନ୍ନ ମହାନ୍ତି ପରାମର୍ଶ ଦେଇଥିଲେ। କାରଣ ସେ କଲେଜ୍‌ରେ କରିଥିବା କିଛି ଡ୍ରାମା ତାଙ୍କ ଭାଇ ଦେଖିଥିଲେ। କଲେଜରେ ଥରେ ତାଙ୍କୁ ବେଷ୍ଟ୍ ଆକ୍ଟର ପୁରସ୍କାର ବି ମିଳିଥିଲା। ସେ ସମୟରେ ବିଜୟ ଓଡ଼ିଆ ବ୍ୟତୀତ ଆଉ କିଛି ଭାଷା କହିପାରୁ ନଥିଲେ। ହିନ୍ଦୀ କିମ୍ବା ଇଂରାଜୀ ସେ କହିପାରୁ ନଥିଲେ। ତଥାପି ସାହସର ସହିତ ସାକ୍ଷାତକାର ଦେଇଥିଲେ ଓ ସେଠାରେ ପଢ଼ିବାର ସୁଯୋଗ ପାଇଥିଲେ। ସେଠାରୁ ଫେରିବା ପରେ ସେ ଗୋଟିଏ ପରେ ଗୋଟିଏ ଓଡ଼ିଆ ଫିଲ୍ମ ପାଇଥିଲେ।

ଓଡ଼ିଆ ଚଳଚ୍ଚିତ୍ରରେ ଅତୁଳନୀୟ ଯୋଗଦାନ ପାଇଁ ୨୦୧୪ ମସିହାରେ ବିଜୟ ମହାନ୍ତିଙ୍କୁ ‘ଜୟଦେବ ପୁରସ୍କାର‘ ପ୍ରଦାନ କରାଯାଇଥିଲା। ରାଜ୍ୟରେ ସିନେମା କ୍ଷେତ୍ରରେ ଏହା ହେଉଛି ସର୍ବୋଚ୍ଚ ସମ୍ମାନ। ସେହିପରି ‘ଆରତି’ (୧୯୮୧), ‘ମମତା ମାଗେ ମୂଲ’ (୧୯୮୫), ‘ଏଇ ଆମ ସଂସାର’ (୧୯୮୬), ‘ଆମ ଘର ଆମ ସଂସାର’ (୧୯୯୧), ‘ଭୀଷ୍ମ ପ୍ରତିଜ୍ଞା’ (୧୯୯୩) ଓ ‘ଭାଇ ହେଲା ଭଗାରି’ (୧୯୯୪) ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

The post ଦିଲ୍ଲୀରେ ୩ ବର୍ଷ ଗଭୀର ତପସ୍ୟା କରିଥିଲେ ବିଜୟ ମହାନ୍ତି appeared first on Odisha Reporter.



from Odisha Reporter https://ift.tt/2DYBixz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages