୫ ବର୍ଷର ଛୁଆ ସମେତ କରୋନାରେ ଆଖି ବୁଜିଲେ ୭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 27, 2020

୫ ବର୍ଷର ଛୁଆ ସମେତ କରୋନାରେ ଆଖି ବୁଜିଲେ ୭

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ୫ ବର୍ଷୀୟ ଶିଶୁ ସମେତ ରାଜ୍ୟରେ ଆଉ ୭ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୪ରେ ପହଞ୍ଚିଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମୃତକ ୭ଜଣ ପୁରୁଷ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩, ରାୟଗଡ଼ା ଜିଲ୍ଲାର ୨ କଟକର ଜଣେ ଓ  ଖୋର୍ଦ୍ଧା ଜିଲ୍ଲାର ଜଣେ ଥିବା ଜଣାଯାଇଛି। ଗଞ୍ଜାମ ଜିଲ୍ଲାର ୩ ମୃତକଙ୍କ ବୟସ ଯଥାକ୍ରମେ ୫୫, ୫୬ ଓ ୩୯ ବର୍ଷ ବୋଲି ଜଣାଯାଇଛି। ରାୟଗଡ଼ାର ଆଖି ବୁଜିଥିବା ୨ କରୋନା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୩୧ ଓ ୭୨ ବର୍ଷ। ୭୨ ବର୍ଷୀୟ ବୃଦ୍ଧଜଣକ ମଧୁମେହରେ ପୀଡ଼ିତ ଥିଲେ। କଟକର ଜଣେ ୪୫ ବର୍ଷୀୟ ବ୍ୟକ୍ତି କରୋନାରେ ଆଖି ବୁଜିଥିବା ବେଳେ ସେ ମଧୁମେହ ଓ ଆସ୍ଥମାରେ ପୀଡ଼ିତ ଥିଲେ।

ଏହାବ୍ୟତୀତ ଭୁବନେଶ୍ୱରର ଜଣେ ୫ ବର୍ଷୀୟ ଶିଶୁ କରୋନାରେ ଆଖି ବୁଜିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

The post ୫ ବର୍ଷର ଛୁଆ ସମେତ କରୋନାରେ ଆଖି ବୁଜିଲେ ୭ appeared first on Odisha Reporter.



from Odisha Reporter https://ift.tt/2DfBmcc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages