କରୋନାରେ ଆକ୍ରାନ୍ତ ଅମିତାଭଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କ’ଣ କହିଲେ ଡାକ୍ତର? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 11, 2020

କରୋନାରେ ଆକ୍ରାନ୍ତ ଅମିତାଭଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କ’ଣ କହିଲେ ଡାକ୍ତର?

ମୁମ୍ବାଇ: କରୋନାରେ ଆକ୍ରାନ୍ତ ହୋଇଥିବା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ପୁଅ ଅଭିଷେକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଓ ତାଙ୍କୁ ବି ସେହି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅମିତାଭ ବଚ୍ଚନଙ୍କ ପାଇଁ ଅଭିନେତାଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ପ୍ରାର୍ଥନା କରୁଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ଡାକ୍ତର। ଡାକ୍ତରଙ୍କ କହିବା ଅନୁଯାୟୀ, ଏବେ କିଛି ଡରିବାର ନାହିଁ। ତାଙ୍କ ଅକ୍ସିଜେନ୍‌ ସ୍ତର ମଧ୍ୟ ଠିକ୍ ରହିଛି।

ଅମିତାଭଙ୍କ ଲିଭର ଜନିତ ସମସ୍ୟା ରହିଛି। ତା’ସହିତ ତାଙ୍କର ଆଉ କିଛି ସ୍ୱାସ୍ଥ୍ୟଜନିତ ସମସ୍ୟା ମଧ୍ୟ ରହିଛି। ତେଣୁ ହସ୍‌ପିଟାଲ୍‌ରୁ ବାହାରିବା ପରେ ତାଙ୍କୁ ଆହୁରି ସତର୍କ ରହିବାକୁ ପଡ଼ିବ ବୋଲି କୁହାଯାଉଛି।

ଅମିତାଭଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ଘରର ସମସ୍ତ ସଦସ୍ୟଙ୍କ ସହିତ କର୍ମଚାରୀମାନଙ୍କର ମଧ୍ୟ କରୋନା ଟେଷ୍ଟ କରାଯାଇଛି। ଅଭିଷେକଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ଜୟା ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ତେବେ ଅନ୍ୟମାନଙ୍କ ଟେଷ୍ଟ ରିପୋର୍ଟ ଆସିନାହିଁ।

The post କରୋନାରେ ଆକ୍ରାନ୍ତ ଅମିତାଭଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କ’ଣ କହିଲେ ଡାକ୍ତର? appeared first on Odisha Reporter.



from Odisha Reporter https://ift.tt/2Zjvsiu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages