କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ପୁଲିସ୍‌ ଗୁଳିରେ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 9, 2020

କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ପୁଲିସ୍‌ ଗୁଳିରେ ନିହତ

କାନପୁର: ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା। ପୁଲିସ୍‌ ଦ୍ୱାରା ଗତକାଲି ଗିରଫ ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ତା’ର ଅପରାଧ ସାମ୍ରାଜ୍ୟର ଗୁମର ଖୋଲିବା ପୂର୍ବରୁ ପୁଲିସ୍‌ ଗୁଳିରେ ପ୍ରାଣ ହରାଇଛି। ଗୁରୁବାର ମଧ୍ୟପ୍ରଦେଶର ଉଜୈନର ଏକ ମନ୍ଦିରରୁ ବିକାଶକୁ ଗିରଫ କରାଯାଇଥିଲା।

ଆଜି ଉତ୍ତର ପ୍ରଦେଶ ଏସଟିଏଫ ତା’କୁ କାନପୁର ଆଣିଥିଲା। ତେବେ ସେ କାନପୁର ଆସିବା ବାଟରେ ପୁଲିସ୍‌ର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାନପୁରର ବାରା ଠାରେ ପୁଲିସ୍‌ର ଗୋଟିଏ କାର ଓଲଟି ପଡ଼ିବାରୁ ଏହାର ସୁଯୋଗ ନେଇ ସେ ଖସିଯିବାକୁ ଚେଷ୍ଟା କରିଥିଲା। ତେଣୁ ପୁଲିସ୍‌ ତା’କୁ ଏନକାଉଣ୍ଟର କରିଥିବା କୁହାଯାଉଛି। ଏହି ଏନକାଉଣ୍ଟରରେ ଦୁଇ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି।

ଗୁଳିମାଡ଼ ହେବା ପରେ ବିକାଶକୁ ହସ୍ପିଟାଲ ନିଆଯାଉଥିଲା। ହେଲେ ଅଧା ବାଟରେ ମୃତ୍ୟୁ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ବିକାଶର ମୃତଦେହ ଏବେ ଲାଜପଥ ରାୟ ହସ୍ପିଟାଲରେ ରହିଛି। ଏଠାରେ ପୁଲିସ୍‌ ଓ ଡାକ୍ତରୀ ଟିମ ଉପସ୍ଥିତ ରହିଛନ୍ତି।

ଜୁନ୍‌ ୩ରେ କାନପୁରରେ ବିକାଶ ଓ ତା’ର ସହଯୋଗୀମାନେ ଆଖିବୁଜା ଗୁଳିମାଡ଼ କରି ୮ ଜଣ ପୁଲିସ୍‌ କର୍ମଚାରୀଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହତ୍ୟା କରିଥିଲେ। ସେବେଠାରୁ ପୁଲିସ୍‌ ବିକାଶକୁ ଖୋଜୁଥିଲା। ବିକାଶକୁ ଖୋଜିବା ବେଳେ ପୁଲିସ୍‌ ତା’ର ୩ ଜଣ ସହଯୋଗୀଙ୍କୁ ଏନକାଉଣ୍ଟର କରିଥିଲା। ଏବେ ବିକାଶର ମଧ୍ୟ ସମାନ ଅବସ୍ଥା ଘଟିଛି।

ତେବେ ଏ ସମ୍ପର୍କରେ ଏଯାଏ ବିସ୍ତୃତ ସୂଚନା ମିଳିନାହିଁ। ବିକାଶ ନାଁରେ ୬୦ରୁ ଅଧିକ ମାମଲା ରହିଛି। ତା’କୁ ଧରିବା ପାଇଁ ପୁଲିସ୍‌ ୨୦ଟି ଟିମ ଗଠନ କରିଥିଲା। ଏକାଧିକ ପୁଲିସ୍‌ କର୍ମଚାରୀ ଓ ରାଜନେତାଙ୍କ ସହ ବିକାଶର ସମ୍ପର୍କ ରହିଥିଲା। ସେ ଗିରଫ ହୋଇଥିବାରୁ ସବୁ ଗୁମର ଖୋଲିବାର ସମ୍ଭାବନା ସୃଷ୍ଟି ହୋଇଥିଲା। କିନ୍ତୁ ଏସଟିଏଫ ତା’କୁ ଏନକାଉଣ୍ଟର କରି ଦେଇଛି।

The post କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ପୁଲିସ୍‌ ଗୁଳିରେ ନିହତ appeared first on Odisha Reporter.



from Odisha Reporter https://ift.tt/2W6ABst

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages