ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଜଣେ ପୁଲିସ୍ ଅଧିକାରୀ କଲେ ଏମିତି ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 12, 2020

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଜଣେ ପୁଲିସ୍ ଅଧିକାରୀ କଲେ ଏମିତି ଦାବି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଆସନ୍ତାକାଲି ମାସେ ପୂରିବ। ତେବେ ତାଙ୍କ ଆତ୍ମହତ୍ୟା ପଛର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏବେ ବି ଏହାକୁ ନେଇ ଭିନ୍ନ ଭିନ୍ନ କଥା କୁହାଯାଉଛି। ଏଇ କିଛି ଦିନ ତଳେ ଜଣେ ପୂର୍ବତନ ‘ର’ ଅଫିସର ଦାବି କରିଥିଲେ ଯେ ସେ ଆତ୍ମହତ୍ୟା କରିନାହାନ୍ତି, ଦାଉଦ୍ ଇବ୍ରାହିମ୍‌ ଗୋଷ୍ଠୀ ତାଙ୍କୁ ହତ୍ୟା କରିଛନ୍ତି। ଆଉ ୟା ଭିତରେ ଏକ ୱେବ୍‌ସାଇଟ୍‌ରେ ପ୍ରକାଶିତ ରିପୋର୍ଟରେ ମୁମ୍ବାଇ ପୁଲିସ୍‌ର ଜଣେ ଅଧିକାରୀ ଦାବି କରିଛନ୍ତି ଯେ ସୁଶାନ୍ତ ଦୁଇଟି ରୋଗ- Paranoia ଓ Bipolar disorderରେ ପୀଡ଼ିତ ଥିଲେ। ଏମିତିକି ସପ୍ତାହେ ପାଇଁ ସେ ହିନ୍ଦୁଜା ହସ୍‌ପିଟାଲ୍‌ରେ ଭର୍ତ୍ତି ମଧ୍ୟ ହୋଇଥିଲେ।

ଏହି ପୁଲିସ୍ ଅଧିକାରୀ ଜଣଙ୍କ କହିଛନ୍ତି ଯେ ସୁଶାନ୍ତ ବିରୋଧରେ କୌଣସି ପ୍ରକାର ଷଡ଼ଯନ୍ତ୍ର ହୋଇଥିବା ନେଇ ପ୍ରମାଣ ମିଳିନାହିଁ। ସେ ଆତ୍ମହତ୍ୟା କରିଛନ୍ତି ବୋଲି ପୂରା ସ୍ପଷ୍ଟ ହୋଇସାରିଛି। ଆଉ ଆତ୍ମହତ୍ୟାର କାରଣ ପର୍ଯ୍ୟନ୍ତ ବି ପୁଲିସ୍ ପହଞ୍ଚିସାରିଛି। ସେ Paranoia ଓ Bipolar disorderରେ ପୀଡ଼ିତ ଥିଲେ ଓ ଦେଶରେ ଲକ୍‌ଡାଉନ୍ ଘୋଷଣା ହେବା ପୂର୍ବରୁ ସପ୍ତାହେ ପାଇଁ ହିନ୍ଦୁଜା ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।

ଏହି ପୁଲିସ୍ ଅଫିସ୍‌ର ଜଣଙ୍କ କହିଛନ୍ତି ଯେ ସୁଶାନ୍ତଙ୍କ ମା’ ମଧ୍ୟ ଡିପ୍ରେସନ୍‌ରେ ପୀଡ଼ିତ ଥିଲେ। ତାଙ୍କର ବି ଦୀର୍ଘ ଦିନ ଧରି ଚିକିତ୍ସା ଚାଲିଥିଲା। ଯେତେବେଳେ ତାଙ୍କର ମୃତ୍ୟୁ ଘଟିଥିଲା, ସେତେବେଳକୁ ସୁଶାନ୍ତଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା। ପଚରାଉଚରା ବେଳେ କେତେ ଜଣ କହିଛନ୍ତି ଯେ ବଲିଉଡ୍‌ରେ ବ୍ୟସ୍ତତା ମଧ୍ୟରେ ବି ସୁଶାନ୍ତ ନିଜକୁ ଏକୁଟିଆ ଅନୁଭବ କରୁଥିଲେ।

ଏହି ରିପୋର୍ଟରେ ଲେଖାଯାଇଛି ଯେ Paranoia ଏମିତି ଏକ ରୋଗ ଯେଉଁଥିରେ ରୋଗୀ ଅନ୍ୟମାନଙ୍କ ଉପରେ ସନ୍ଦେହ କରିବାକୁ ଲାଗେ। ତାଙ୍କୁ ଲାଗେ ସମସ୍ତେ ତାଙ୍କୁ ଘୃଣା କରୁଛନ୍ତି। ସେ ଭୟଭୀତ ହୋଇ ରହେ। ସେହିଭଳି Bipolar disorderରେ ରୋଗୀ କେତେବେଳେ ଚିନ୍ତିତ ହୋଇପଡ଼େ ତ କେତେବେଳେ ଏକଦମ ଆତ୍ମବିଶ୍ୱାସୀ ହୋଇଯାଏ। ପୁଣି କେତେବେଳେ ଗୁମ୍‌ସୁମ୍ ହୋଇଯାଏ।

The post ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଜଣେ ପୁଲିସ୍ ଅଧିକାରୀ କଲେ ଏମିତି ଦାବି appeared first on Odisha Reporter.



from Odisha Reporter https://ift.tt/2Zn2GxC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages