ସ୍ୱାବ୍ ସଂଗ୍ରହ କରିବାକୁ ଯାଇଥିଲା ସ୍ୱାସ୍ଥ୍ୟ ଟିମ୍; ବନ୍ଧୁକ ଦେଖାଇଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 14, 2020

ସ୍ୱାବ୍ ସଂଗ୍ରହ କରିବାକୁ ଯାଇଥିଲା ସ୍ୱାସ୍ଥ୍ୟ ଟିମ୍; ବନ୍ଧୁକ ଦେଖାଇଲେ ଯୁବକ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ସ୍ୱାବ୍ ସଂଗ୍ରହ କରିବାକୁ ଯାଇଥିବା ସ୍ୱାସ୍ଥ୍ୟ ଟିମ୍‌କୁ ବନ୍ଧୁକ ମୁନରେ ଧମକ ଦେଇ ଗିରଫ ହୋଇଛନ୍ତି ଯୁବକ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ପତ୍ରପୁର ଗାଁରେ ଘଟିଛି ଏଭଳି ଘଟଣା । କେନ୍ଦ୍ରାପଡ଼ାରୁ ୯ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ସ୍ୱାବ୍ ସଂଗ୍ରହ ପାଇଁ ଯାଇଥିବା ବେଳେ ପତ୍ରପୁରରେ ଜଣେ ଯୁବକ ସେମାନଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲା । ଉକ୍ତ ଟିମ୍‌କୁ ସ୍ୱାବ ସଂଗ୍ରହରେ ସହଯୋଗ ନ କରି ତୁମେମାନେ କିଏ ଏବଂ କାହିଁକି ଆସିଛ ବୋଲି ପଚାରିବା ସହ ସେମାନଙ୍କୁ ଗାଳିଗୁଲଜ ବି କରିଥିଲେ ।

ଏଥିରେ ଭୟଭୀତ ହୋଇ ସ୍ୱାସ୍ଥ୍ୟ  ଟିମ୍  କର୍ମଚାରୀ ଅଧାରୁ ସ୍ୱାବ୍ ସଂଗ୍ରହ ବନ୍ଦ କରି ଏ ସଂକ୍ରାନ୍ତରେ ଆଳି ଥାନାରେ ଅଭିଯୋଗ କରିଛନ୍ତି । ଆଳି ଥାନା ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରିଛି । ଏ ସମ୍ପର୍କରେ ସେମାନେ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ କହିଛନ୍ତି।

The post ସ୍ୱାବ୍ ସଂଗ୍ରହ କରିବାକୁ ଯାଇଥିଲା ସ୍ୱାସ୍ଥ୍ୟ ଟିମ୍; ବନ୍ଧୁକ ଦେଖାଇଲେ ଯୁବକ appeared first on Odisha Reporter.



from Odisha Reporter https://ift.tt/3gYBQSh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages