ବାଙ୍କୀ (ସନ୍ଦୀପ କୁମାର ନାୟକ): କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ଅନ୍ତର୍ଗତ ବଣିଆ ଗାଁର କୃପାସିନ୍ଧୁ ବାରିକଙ୍କ ଘରୁ ୨୭ଟି ନାଗ ଛୁଆ ସହିତ ୨୯ଟି ନାଗ ସାପ ଅଣ୍ଡା ଉଦ୍ଧାର କରିଛି ସ୍ନେକ୍ ହେଲ୍ପ ଲାଇନ୍। ସମସ୍ତ ସାପଙ୍କୁ ନିକଟସ୍ଥ ଚାରିଛକ ଜଙ୍ଗଲରେ ଛାଡ଼ି ଦିଆଯାଇଛି।
ଆଜି ସକାଳେ ମାଟି ଘର କାନ୍ଥ ଭଗ୍ନାଶଂରୁ ଏକ ନାଗ ସାପ ଛୁଆକୁ କୃପାସିନ୍ଧୁଙ୍କ ପରିବାର ଲୋକେ ଦେଖିବାକୁ ପାଇଥିଲେ। ଏନେଇ ସ୍ନେକ୍ ହେଲପ ଲାଇନକୁ ଖବର ଦେଇଥିଲେ। ଗାଁରୁ ଏତେ ସଂଖ୍ୟକ ସାପ ବାହାରିବା ପରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ଗତ କିଛି ତଳେ କୁପାସିନ୍ଧୁଙ୍କ ମାଟିଘ ର କାନ୍ଥ ଭଗ୍ନାଶଂରୁ ଗୋଟିଏ ନାଗ ସାପ ଛୁଆ ଉଦ୍ଧାର କରାଯାଇଥିଲା।
The post କୃପାସିନ୍ଧୁଙ୍କ ଘରୁ ବାହାରିଲା ୨୭ଟି ନାଗ ଛୁଆ appeared first on Odisha Reporter.
from Odisha Reporter https://ift.tt/3f9438L
No comments:
Post a Comment