ରେବ ନଦୀରେ ବଢ଼ୁଛି ଜଳସ୍ତର; ବହୁ ଗାଁ ଜଳବନ୍ଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 25, 2020

ରେବ ନଦୀରେ ବଢ଼ୁଛି ଜଳସ୍ତର; ବହୁ ଗାଁ ଜଳବନ୍ଦୀ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ରେବ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବନ୍ତ ବ୍ଲକରେ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହେବା ସହ ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି । ବ୍ଲକ ସଦର ମହକୁମା ଓ ଜିଲ୍ଲା ମୁଖ୍ୟାଳୟକୁ ଯିବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ ।

ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତର ମୁଗଗଡିଆ ଗାଁକୁ ୨ଟି ରାସ୍ତା  ସଂଯୋଗ  କରୁଥିବା ବେଳେ  ଗୋଟିଏ ରାସ୍ତାରେ ଏବେ ଆଣ୍ଠୁଏ ପାଣିର ସୁଅ ଚାଲିଛି । ଅନ୍ୟ ରାସ୍ତାରେ ବର୍ଷା ପାଇଁ ଘାଇ ହୋଇଯାଇଛି । ଫଳରେ ଗ୍ରାମଟି ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି।   

ଗୋହିରାପଦୀଠାରେ ରେଳବାଇ ପୋଲ ଦେଇ ପ୍ରାୟ ଅଢେଇ ଫୁଟ୍ ଉଚ୍ଚତାର ପାଣି ପ୍ରବାହିତ ହେଉଛି । କ୍ରାନ୍ତିକାରୀ କୃଷକ ମହାସଂଘର ଆବାହକଙ୍କ ସହ ଏକ ଟିମ୍‌ ଗାଁକୁ ଯାଇ ସ୍ଥିତି ପରଖିଛନ୍ତି । ଏଥିସହ  ଗୋଷ୍ଠୀ ଉନୟନ ଅଧିକାରୀଙ୍କୁ ଭେଟି କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରି କ୍ଷତିପୂରଣ ଦାବି କରିଛନ୍ତି।

The post ରେବ ନଦୀରେ ବଢ଼ୁଛି ଜଳସ୍ତର; ବହୁ ଗାଁ ଜଳବନ୍ଦୀ appeared first on Odisha Reporter.



from Odisha Reporter https://ift.tt/2FPSM02

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages