କରୋନା ସୁସ୍ଥ ହାର ୭୫% ଟପିଲା: ଦିନକରେ ୬୧ ହଜାର ଆକ୍ରାନ୍ତ, ୫୭ ହଜାର ସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 24, 2020

କରୋନା ସୁସ୍ଥ ହାର ୭୫% ଟପିଲା: ଦିନକରେ ୬୧ ହଜାର ଆକ୍ରାନ୍ତ, ୫୭ ହଜାର ସୁସ୍ଥ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ ଏବେ କରୋନା ଆରୋଗ୍ୟ ହାର ୭୫% ପାର କରି ଯାଇଛି। ଏହି ଖବର ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ତେବେ ଆକ୍ରାନ୍ତଙ୍କ ସଂଖ୍ୟାରେ ବିରାମ ନ ଲାଗିବା ଓ ମୃତ୍ୟୁସଂଖ୍ୟା ୫୭ ହଜାର ଡେଇଁବା ଲୋକଙ୍କୁ ଚିନ୍ତାରେ ପକାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ କ୍ରମାଗତ ଭାବେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ କରୋନା ଆରୋଗ୍ୟ ହାର ୭୫.୨୭% ରହିଛି। ସେହିପରି ମୃତ୍ୟୁହାର ମାତ୍ର ୧.୮୫%। ଗତ ୨୪ ଘଣ୍ଟାରେ ୫୭,୪୬୯ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୩,୩୮,୦୩୫ ଜଣ ସୁସ୍ଥ ହେଲେଣି।

ତେବେ ୨୪ ଘଣ୍ଟାରେ ଆଉ ୬୧,୪୦୮ ଜଣ କରୋନାରେ ଆକ୍ରାନ୍ତ ହେବାରୁ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧,୦୬,୩୪୮ରେ ପହଞ୍ଚି ଯାଇଛି। କରୋନା ଭାଇରସ ଗତ ୨୪ ଘଣ୍ଟାରେ ୮୩୬ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୫୭,୫୪୨ ଛୁଇଁଛି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୬,୦୯,୯୧୭ଟି ନମୁନା ପରୀକ୍ଷା କରାଯାଇଛି। ଫଳରେ ଦେଶରେ ଗତକାଲି ରାତି ୧୨ଟା ସୁଦ୍ଧା ୩,୫୯,୦୨,୧୩୭ ନମୁନା ପରୀକ୍ଷା କରାଗଲାଣି।

The post କରୋନା ସୁସ୍ଥ ହାର ୭୫% ଟପିଲା: ଦିନକରେ ୬୧ ହଜାର ଆକ୍ରାନ୍ତ, ୫୭ ହଜାର ସୁସ୍ଥ appeared first on Odisha Reporter.



from Odisha Reporter https://ift.tt/31oTtpw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages